ଋଷ ଏବଂ ୟୁକ୍ରେନକୁ ତୁରନ୍ତ ଯୁଦ୍ଧ ରୋକିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ: କଥାବାର୍ତ୍ତା ଏବଂ କୂଟନୀତି ଉପରେ ଦେଲେ ଜୋର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ୟୁରୋପ ଗସ୍ତରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଡେନମାର୍କରେ ପହଞ୍ଚି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ୟୁକ୍ରେନରେ ତୁରନ୍ତ ଯୁଦ୍ଧ ବିରାମ ନେଇ ଅପିଲ କରିଛନ୍ତି ମୋଦୀ ଏବଂ ସଙ୍କଟର ସମାଧାନ ପାଇଁ କଥାବାର୍ତ୍ତା ଏବଂ କୂଟନୀତି ଆପଣାଇବାକୁ କହିଛନ୍ତି । ଏହି ସମୟରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକ୍ସେନ କହିଛନ୍ତି ଯେ ଭାରତ ଯୁଦ୍ଧ ସମାପ୍ତ କରିବା ପାଇଁ ଋଷ ଉପରେ ଏହାର ପ୍ରଭାବର ବ୍ୟବହାର କରିବ । ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଫ୍ରେଡେରିକ୍ସେନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମୋଦୀ ୟୁକ୍ରେନ ସଙ୍କଟ ଉପରେ ଚର୍ଚ୍ଚା ଏବଂ ୟୁକ୍ରେନରେ ତୁରନ୍ତ ଯୁଦ୍ଧ ବିରାମ କରିବାକୁ ଅପିଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କୋପେନହେଗନ ପହଞ୍ଚିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆଗକୁ ବଢ଼ାଇବା ପାଇଁ ଆଲୋଚନା କରିଥିଲେ । ଏକ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା ଏହା ସହ ଦୁଇ ଦେଶ ମଧ୍ୟରେ କିଛି ଚୁକ୍ତି ଉପରେ ମଧ୍ୟ ହସ୍ତାକ୍ଷର ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏକ ବୟାନରେ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ବିକାଶ ହୋଇଛି । ବିଶେଷ କରି ଅକ୍ଷୟ ଉର୍ଜା, ସ୍ୱାସ୍ଥ୍ୟ, ବନ୍ଦ, ସିପିଂ, ସର୍କୁଲାର ଅର୍ଥବ୍ୟବସ୍ଥା ଇତ୍ୟାଦି । ସେ କହିଛନ୍ତି ଯେ ଭାରତରେ ୨୦୦ ରୁ ଅଧିକ ଡେନିଶ କମ୍ପାନୀ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି । ସେ କହିଛନ୍ତି ଯେ ଏହି କମ୍ପାନୀମାନଙ୍କୁ  ଭାରତରେ କାମ କରିବାରେ ସହଜ ହେଉଛି ଏବଂ ସେମାନଙ୍କର ଆର୍ଥିକ ସୁଧାର ମଧ୍ୟ ହୋଇଛି । ବିବୃତ୍ତି ଅନୁଯାୟୀ ଉଭୟ ଦେଶ ମଧ୍ୟରେ କୌଶଳ ବିକାଶ, ଜଳବାୟୁ, ନବୀକରଣ ଉର୍ଜା, ଆର୍କଟିକ, ପି୨ପି ସଂପର୍କ ଏବଂ ଅନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଛି ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ୟୁରୋପ ଗସ୍ତରେ ଅଛନ୍ତି । ପ୍ରଥମ ଦିନରେ ସେ ଜର୍ମାନୀ ଗସ୍ତ କରିଥିଲେ । ମୋଦୀ ଜର୍ମାନ ଚାନ୍ସଲର ଓଲାଫ ଶୋଲ୍ଜଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ଅନେକ ଗୁୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ନେତାଙ୍କ ସହ ସାକ୍ଷାତକାର କରିଥିଲେ । ଦ୍ୱିତୀୟ ଦିନରେ ମଙ୍ଗଳବାର ଡେନମାର୍କ ଗସ୍ତ କରିଛନ୍ତି ।

Get real time updates directly on you device, subscribe now.