fbpx
BJD SKY
BJD SKY

ବାଇଡେନଙ୍କ ଅତିଥି ହେବେ ମୋଦୀ, ହ୍ୱାଇଟହାଉସରେ କରିବେ ରାଜକୀୟ ରାତ୍ରିଭୋଜନ !

BJD

ନୂଆଦିଲ୍ଲୀ: ଆସନ୍ତା କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିପାରନ୍ତି। ସେଠାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ସମ୍ମାନିତ କରିବେ ଏବଂ ମୋଦୀ ତାଙ୍କ ସହ ରାତ୍ରୀ ଭୋଜନ କରିବେ ବୋଲି ସୂଚନା ମିଳିଛି । ପିଏମ ମୋଦୀଙ୍କ ଗସ୍ତ ଏବଂ ୱାଶିଂଟନ ପାଇଁ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ସମୟ ମଧ୍ୟରେ ଅନେକ ପ୍ରସଙ୍ଗରେ ଭାରତ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବାର ସମ୍ଭାବନା ଅଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି ।

ତେବେ ଏହା ସହିତ ହ୍ୱାଇଟହାଉସରେ ପିଏମ ମୋଦୀଙ୍କ ପାଇଁ ରାଜ୍ୟ ଭୋଜନ ଆୟୋଜନ କରିବାକୁ ଯୋଜନା କରାଯାଉଛି । ତଥାପି, ଯାତ୍ରା ସମୟରେ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ଅଛି । ସୂଚନାମୁତାବକ ଜି -୨୦ ଦେଶର ନେତାଙ୍କ ଶିଖର ସମ୍ମିଳନୀ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ,ରଷ ୟୁକ୍ରେନ ଆକ୍ରମଣ ଉପରେ ବିଶେଷ ଆଲୋଚନା କରିବାର ସମ୍ଭାବନା ଅଛି । ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏଥି ସହିତ ଜୋ ବାଇଡେନ ଏବଂ ପିଏମ ମୋଦୀ ଜୁନ୍ ପୂର୍ବରୁ ମେ’ରେ ସାକ୍ଷାତ ହୋଇପାରନ୍ତି। କ୍ୱାଡ ଶିଖର ସମ୍ମିଳନୀରେ ଆଲୋଚନା ପାଇଁ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନ ସିଡନୀରେ ପହଞ୍ଚିବାକୁ ଯାଉଛନ୍ତି।

ତେବେ ପିଏମ ମୋଦୀଙ୍କ ପୂର୍ବରୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ହ୍ୱାଇଟହାଉସରେ ରାତ୍ରୀ ଭୋଜନ କରିଥିଲେ। ଆଉ ମୋଦୀ ତାଙ୍କର ତୃତୀୟ ଅତିଥି ହେବେ ।

Get real time updates directly on you device, subscribe now.