fbpx

ବ୍ରାଜିଲରୁ ଆସିଥିବା ଯାତ୍ରୀ ପେଟରେ ଥିଲା ୧୧ କୋଟି ଟଙ୍କାର କୋକେନ, ଦିଲ୍ଲୀ ବିମାନବନ୍ଦରରେ ଧରାପଡିଲେ

ନୂଆଦିଲ୍ଲୀ : ବ୍ରାଜିଲରୁ ଆସିଥିବା ଜଣେ ଯାତ୍ରୀ ପେଟରୁ ୧୧ କୋଟି ଟଙ୍କାର କୋକେନ ବା ଧଳା ଜହର କୁହଯାଉଥିବା ଡ୍ରଗ୍ସ ଜବତ ହୋଇଛି । ମାର୍ଚ୍ଚ ୧୧ ରେ ଦିଲ୍ଲୀ କଷ୍ଟମ୍ସ ବିଭାଗର ଏକ ଟିମ୍ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଧରିଥିଲା ।

ବ୍ରାଜିଲର ସେହି ଯାତ୍ରୀଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ ଅଧିକାରୀମାନେ ଗିରଫ କରିଥିଲେ। ବିମାନ ବନ୍ଦରରେ ଖୋଜାଖୋଜି ବେଳେ ଯାତ୍ରୀଙ୍କ ପେଟରୁ ୧୧ କୋଟି ଟଙ୍କା ମୂଲ୍ୟର କୋକେନ ଉଦ୍ଧାର କରାଯାଇଛି। ସେ ଏହି କୋକେନକୁ କ୍ୟାପସୁଲରେ ଭରି ନିଜ ପେଟ ଭିତରେ ଲୁଚାଇ ରଖିଥିଲେ।

ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ଗ୍ରୀନ୍ ଚ୍ୟାନେଲ ଆଡକୁ ଗଲେ ଯେଉଁଥିପାଇଁ ସନ୍ଦେହ ଘନୀଭୂତ ହୋଇଥିଲା ଏବଂ କଷ୍ଟମ୍ସ ବିଭାଗର ଟିମ୍ ତାଙ୍କୁ ଧରିଥିଲା।

ପରେ ତାଙ୍କର ଏକ୍ସ-ରେ କରାଯାଇଥିଲା, ଯେଉଁଥିରେ ତାଙ୍କ ଶରୀରରେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ମିଳିଥିଲା । ତା’ପରେ ଡାକ୍ତରୀ ଦଳ ସାହାଯ୍ୟରେ ତାଙ୍କ ପେଟରୁ ୮୫ ଟି କ୍ୟାପସୁଲ ଜବତ କରାଯାଇଥିଲା। ଏହା ଭିତରେ ୭୫୨ ଗ୍ରାମ ପାଉଡର ଭର୍ତ୍ତି କରାଯାଇଥିଲା । ଏହାକୁ ପରୀକ୍ଷା କରିବା ପରେ ଏହା କୋକେନ ବୋଲି ଜଣାପଡିଛି। ଏନଡିପିଏସ୍ ଆକ୍ଟ ଅନୁଯାୟୀ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି।

Get real time updates directly on you device, subscribe now.