ପାକିସ୍ତାନ ଉପରକୁ ଏୟାର ଷ୍ଟ୍ରାଇକ୍ ଭିତରେ ମୋଦିଙ୍କ ବିଦେଶ ଗସ୍ତ ବାତିଲ୍

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ସିନ୍ଦୁର ଅପରେଶନ ପରେ ମୋଦି ବିଧେଶ ଗସ୍ତ ବାତିଲ କରିଛନ୍ତି । ଆସନ୍ତା ଦିନରେ ମୋଦି ୟୁରୋପ ଯିବାକୁ ଥିବାବେଳେ ଏହି ଗସ୍ତକୁ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

କ୍ରୋଏସିଆ, ନରୱେ ଏବଂ ନେଦରଲାଣ୍ଡ ଯିବା ନେଇ ଯୋଜନା ଥିବାବେଳେ ତାହାକୁ ବାତିଲ କରିଦିଆଯାଇଛି ।

ଅପରେଶନ ସିନ୍ଦୁର ଜରିଆରେ ପାକିସ୍ଥାନର ୯ ଆତଙ୍କୀ ଆଡ୍ଡା ଉପରକୁ ଭାରତ ସେନା ଆକ୍ରମଣ କରିଥିବା ସୂଚନା । ହମଲାରେ ପରେ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ ମୁଖ୍ୟ ମସୁଦ ପରିବାର ନିପାତ ହୋଇଥିବା ସୂଚନା ।