fbpx

ପ୍ରଧାନମନ୍ତ୍ରୀଙ୍କ ଭ୍ୟାକ୍ସିନ୍ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ କରୋନା ଟାସ୍କ ଫୋର୍ସ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଟିକା ଉପଲବ୍ଧ ସୁନିଶ୍ଚିତ କରାଇବା ପାଇଁ ଅଧିକାରୀଙ୍କୁ କହିଛନ୍ତି । ଏହ ସହ ଡିସେମ୍ବର ସୁଦ୍ଧା ଟିକାକରଣ କରିବାକୁ ଟାର୍ଗେଟ ଦେଇଛନ୍ତି ।

ଦେଶରେ ଟୀକାକରଣର ସ୍ଥିତି:
ବର୍ତ୍ତମାନ ସୁଦ୍ଧା ଭାରତରେ ୩୧ କୋଟି ଉର୍ଦ୍ଧ୍ୱ ଟିକାକରଣ ହୋଇସାରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୨୧ ରୁ ଆରମ୍ଭ ହୋଇଛି ଏବଂ ଶୁକ୍ରବାର ଦିନ ୬୦ ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା।

ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଶୁକ୍ରବାର ଦିନ ୧୮-୪୪ ବର୍ଷ ବୟସର ୩୫.୯ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୭୭,୬୬୪ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଥିଲା। ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭରୁ, ଏହି ବୟସ ବର୍ଗର ୭.୮୭ କୋଟି ଲୋକଙ୍କୁ ପ୍ରଥମ ଟିକା ଏବଂ ୧୭.୦୯ ଲକ୍ଷ ଲୋକଙ୍କୁ ଦେଶରେ ଦ୍ୱିତୀୟ ଡୋଜ ଦିଆଯାଇଛି।

Get real time updates directly on you device, subscribe now.