fbpx

‘ମନ କି ବାତ୍‌’ ରେ ମୋଦୀ କଲେ ଡ୍ରୋନ୍ ଦିଦିଙ୍କ ସହ ଆଲୋଚନା, କହିଲେ ସବୁ କ୍ଷେତ୍ରରେ ନାରୀ ଶକ୍ତି ହିଁ ଆଗରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଲୋକପ୍ରିୟ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରିଛନ୍ତି । ଏହି କ୍ରମରେ ସେ ଡ୍ରୋନ୍ ଦିଦିଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ନାରୀ ଶକ୍ତି ସବୁ କ୍ଷେତ୍ରରେ ଆଗରେ ରହିଛି । କିଛି ଦିନ ପରେ ମାର୍ଚ୍ଚ ୮ ତାରିଖରେ ଆମେ ମହିଳା ଦିବସ ପାଳନ କରିବୁ । ଏହି ଖାସ୍ ଦିନ ଦେଶର ବିକାଶରେ ମହିଳାଙ୍କ ଯୋଗଦାନ ପାଇଁ ସେମାନଙ୍କୁ ସାଲ୍ୟୁଟ୍ କରିବାକୁ ଅବସର ଦେଇଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି ମହାନ୍ କବି ଭରତିୟାର କହିଛନ୍ତି ଦୁନିଆ ସେତେବେଳେ ପ୍ରକୃତ ବିକାଶ ଲାଭ କରିବ ଯେତେବେଳେ ମହିଳାଙ୍କୁ ସମାନ ସୁଯୋଗ ଦିଆଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ’୍ ର ଏହା ୧୧୦ତମ ଏପିସୋଡ୍ ।

‘ମନ କି ବାତ୍‌’ ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ପ୍ରତି ଗାଁରେ ଡ୍ରୋନ୍ ଦିଦିଙ୍କ ଚର୍ଚ୍ଚା ହେଉଛି । ସମସ୍ତଙ୍କ ମୁହଁରେ ଆଜି ନମୋ ଡ୍ରୋନ୍ ଦିଦିଙ୍କ କଥା । ଏହି ଡ୍ରୋନ୍ ଦିଦି ଦେଶରେ କୃଷିକୁ ଆଧୁନିକ କରିବା ଦିଗରେ ବଡ ଭୂମିକା ନିଭାଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ରାସାୟନିକ ପଦାର୍ଥ ଦ୍ୱାରା ଆମ ପୃୃଥିବୀ ମାକୁ ଯେଉଁ କଷ୍ଟ ହେଉଛି ସେଥିରୁ ଧରିତ୍ରୀ ମା’କୁ ରକ୍ଷା କରିବା ପାଇଁ ଦେଶର ମାତୃଶକ୍ତି ବଡ ଭୂମିକା ନିଭାଉଛି ।

ଏହି କ୍ରମରେ ପ୍ରଧାନମନ୍ତ୍ରୀ ଆଜି ସୀତାପୁରର ଡ୍ରୋନ୍ ଦିଦି ଭାବରେ ପରିଚିତ ସୁନୀତାଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି କିଛି ବର୍ଷ ତଳେ କିଏ ଭାବିଥିଲା ଯେ ଆମ ଗାଁରେ ରହୁଥିବା ମହିଳା ଡ୍ରୋନ୍ ଉଡାଇବେ । କିନ୍ତୁ ଆଜି ଏହା ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଦେଶର କୋଣେ କୋଣେ ମହିଳା ପ୍ରାକୃତିକ ପ୍ରଣାଳୀରେ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ଆଜି ଦେଶରେ ଜଳ ଜୀବନ ମିଶନ ଜରିଆରେ ଯେତେସବୁ କାମ ହୋଇପାରୁଛି ତାହା ପଛରେ ଜଳ ସମିତିର ବହୁତ ବଡ ଭୂମିକା ରହିଛି । ଏହି ଜଳ ସମିତିର ନେତୃତ୍ୱ ମହିଳାମାନେ ହିଁ ନେଉଛନ୍ତି । ଏହା ସହିତ ଦେଶର ଭଉଣୀ , ବେଟୀ ଜଳ ସଂରକ୍ଷଣ ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି ।

Get real time updates directly on you device, subscribe now.