fbpx

ବିବେକାନନ୍ଦ ରକ୍ ମେମୋରିଆଲରେ ଶେଷ ହେଲା ମୋଦୀଙ୍କ ଧ୍ୟାନ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ତାମିଲନାଡୁର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ୪୫ ଘଣ୍ଟାର ଧ୍ୟାନ ଶେଷ ହୋଇଛି । ଶନିବାର ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ମୋଦୀ ଧ୍ୟାନରେ ବସିଥିଲେ ଯାହା ଅପରାହ୍ନ ୧ଟା ୩୦ରେ ଶେଷ ହୋଇଥିବା ଜଣାପଡ଼ିଛି । ଏନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେଇଥିଲା ।

ଅଧିକାରିକ ସୂତ୍ରରୁ ପ୍ରକାଶ ମେ ୩୦ ତାରିଖ ସନ୍ଧ୍ୟାରେ ମୋଦୀ ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନରେ ବସିଥିଲେ । ଏହି ସମୟରେ ଧ୍ୟାନ ମଣ୍ଡପରେ ସେ ଗେରୁଆ ବସ୍ତ୍ର ପରିଧାନ କରିଥିଲେ । ବିବେକାନନ୍ଦଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ହାତରେ ଜପମାଳା ନେଇ ମଣ୍ଡପର ପରିକ୍ରମା କରିଥିଲେ । ୨୦୧୯ ମସିହାର ଲୋକସଭା ନିର୍ବାଚନର ପ୍ରଚାର ସାରିବା ପରେ କେଦାରନାଥ ଗୁମ୍ଫାରେ ମଧ୍ୟ ଏହିପରି ଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

Get real time updates directly on you device, subscribe now.