fbpx

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶକୁ ଉପହାର ଦେବେ ୩ଟି IIMs, IITs, 20KVs, ୧୩ଟି ନବୋଦୟ ବିଦ୍ୟାଳୟ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦ ଫେବୃଆରୀ ଦିନ ଜାମ୍ମୁ ଗସ୍ତ କରିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୩୫,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପକୁ ମୂଳଦୁଆ ପକାଇବେ । ପିଏମଓ ଅନୁଯାୟୀ, ଅନେକ ପ୍ରମୁଖ ପ୍ରକଳ୍ପ ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷା କ୍ଷେତ୍ରରେ ପାଖାପାଖି ୧୩ ହଜାର ୩୭୫ କୋଟି ଟଙ୍କାର ବହୁ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଯେଉଁଥିରେ ଦେଶ ପାଇଁ ଉତ୍ସର୍ଗୀକୃତ ପ୍ରକଳ୍ପଗୁଡିକରେ ଆଇଆଇଟି ଭିଲାଇ, ଆଇଆଇଟି ତିରୂପତି, ଆଇଆଇଟି ଜାମ୍ମୁ, ଆଇଆଇଆଇଟିଡିଏମ କୁରନୁଲ ଅନ୍ତର୍ଭୁକ୍ତ ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲ, ଆଡଭାନ୍ସ ଟେକ୍ନୋଲୋଜୀ ଉପରେ ପର୍ଯ୍ୟବସିତ ଏକ ପଇନଅର ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ, ଯାହା କାନପୁରରେ ଅବସ୍ଥିତ ଏବଂ ଦେବପ୍ରୟାଗ ଏବଂ ଅଗରତାଲାରେ ସେଣ୍ଟ୍ରାଲ ସଂସ୍କୃତର ବିଶ୍ୱବିଦ୍ୟାଳୟର ୨ଟି ପରିସର ଅନ୍ତର୍ଭୁକ୍ତ ଅଛି । ସେହିପରି ପ୍ରଧାନମନ୍ତ୍ରୀ ଦେଶରେ ୩ଟି ନୂଆ ଆଇଆଇଏମ ଅର୍ଥାତ ଆଇଆଇଏମ ଜାମ୍ମୁ, ଆଇଆଇଏମ ବୋଘଗୟା ଏବଂ ଆଇଆଇଏମ ବିଶାଖାପାଟନମର ମଧ୍ୟ ଉଦଘାଟନ କରିବେ । ସେ ଦେଶ ସାରା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୦ଟି ନୂଆ ଭବନର ଉଦଘାଟନ କରିବେ ।

ଏହା ବ୍ୟତୀତ ୫ଟି ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ, ଏକ ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଏବଂ ନବୋଦୟ ବିଦ୍ୟାଳୟ ପାଇଁ ପାଞ୍ଚଟି ବହୁମୂଖୀ ହଲର ମୂଳଦୁଆ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ । ପିଏମଓ ଆଗକୁ କହିଛନ୍ତି ଯେ, ଏହି ନବନିର୍ମିତ କେଭି ଏବଂ ଏନଭି ଭବନ ଦେଶ ସାରା ଛାତ୍ରଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Get real time updates directly on you device, subscribe now.