fbpx

୫ମ ଥର କେଦାରନାଥ ଗସ୍ତରେ ମୋଦୀ, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିିମା କରିବେ ଅନାବରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶୁକ୍ରବାର କେଦାରନାଥ ଧାମ ଯାଉଛନ୍ତି । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେଠାରେ ମୋଦୀ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମାକୁ ଅନାବରଣ କରିବେ । କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟ୍ ଲମ୍ବ ବିଶିଷ୍ଟ ଏବଂ ୩୫ ଟନ୍ ଓଜନର ଏକ ପ୍ରତିମା ତିଆରି କରାଯାଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୨୦୧୩ର ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳକୁ ଲୋକାର୍ପଣ ମଧ୍ୟ କରିବେ । କେଦାରନାଥ ଦର୍ଶନ କରିବା ପରେ ମୋଦୀ ସେଠାରେ ୪୦୦ କୋଟିରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର ଯୋଜନା ହୋଇଛି ।

ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀଙ୍କର ଏହା ହେଉଛି ୫ମ ଯାତ୍ରା । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୨୦୧୩ରେ କେଦାରନାଥରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟ ପରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ପୁନଃନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ଅବହେଳା କରାଯାଇନଥିଲା । ଧାମରେ ଚାରିଟି ଗୁମ୍ଫା ମଧ୍ୟ ପ୍ରସ୍ତୁତ ହୋଇଯାଇଛି । ମୋଦୀ ସକାଳ ୯ଟା ସମୟରେ କେଦାରନାଥ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ତେବେ ମୋଦୀଙ୍କ ଏହି କେଦାରନାଥ କାର୍ଯ୍ୟକ୍ରମ ୮୭ ଟି ସ୍ଥାନରେ ସିଧାପ୍ରସାରଣ ହେବ । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କେଦାରନାଥ କୁ ଖୁବ୍ ସୁନ୍ଦର ଭାବରେ ସଜାଯାଇଛି । ଶଙ୍କରାଚାର୍ଯ୍ୟଙ୍କ ପ୍ରତିମାକୁ ଅନାବରଣ କରିବା ସହିତ ଦେଶବାସୀଙ୍କୁ ମୋଦୀ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଦେଶର କୋଣ ଅନୁକୋଣରୁ ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି ।

Get real time updates directly on you device, subscribe now.