fbpx

ଦେଶର ପ୍ରଥମ ଆନ୍ତର୍ଜାତୀୟ ବୁଲିୟନ ଏକ୍ସଚେଞ୍ଜ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ’ଣ ଏହାର ଫାଇଦା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରର ଗାନ୍ଧୀନଗରରେ ଦେଶର ପ୍ରଥମ ଇଣ୍ଟରନାସନାଲ ବୁଲିୟନ ଏକ୍ସଚେଞ୍ଜର ଉଦଘାଟନ କରିଛନ୍ତି । ଏହି ଅବସରରେ ଏନଏସଇ-ଏସଜିଏକ୍ସ କନେକ୍ଟ ର ମଧ୍ୟ ଉଦଘାଟନ କରିଛନ୍ତି । ଏହି ବୁଲିୟନ ଏକ୍ସଚେଞ୍ଜ ଗାନ୍ଧୀନଗରର ଆଇଏଫଏସସି ଅର୍ଥାତ୍ ଇଣ୍ଟରନାସନାଲ ଫାଇନାନସିଆଲ ସର୍ଭିସ ସେଣ୍ଟରେ ରହିଛି । ଏପର୍ଯ୍ୟନ୍ତ ପ୍ରାୟ ୬୪ ଜ୍ୱେଲର୍ସ ଆଇଆଇବିଏକ୍ସ(ଇଣ୍ଡିଆନ ଇଣ୍ଟରନାସନାଲ ବୁଲିୟନ ଏକ୍ସଚେଞ୍ଜ) ସହ ଯୋଡ଼ି ହୋଇସାରିଲେଣି । ତେବେ ଆସନ୍ତୁ ଜାଣିବା ଏହି ବୁଲିୟନ ଏକ୍ସଚଞ୍ଜେ କ’ଣ ଏବଂ ଏହାର କାମ କ’ଣ ।

ଆଇଆଇବିଏକ୍ସ ଏକ ଏଭଳି ପ୍ଲାଟଫର୍ମ ଯାହାଦ୍ୱାରା ବୁଲିୟନ(ସୁନା-ଚାନ୍ଦୀ) ର ଆମାଦାନୀ କରାଯିବ । ଆଇଆଇବିଏକ୍ସ ଦ୍ୱାର ଏବେ ଦେଶରେ ସୁନାର ଆମଦାନୀ ହୋଇପାରିବ, ଯାହାଦ୍ୱାରା ଏହି ପ୍ରକ୍ରିୟା ଅଧିକ ସରଳ ହୋଇଯିବ । ଏହି ଏକ୍ସଚେଞ୍ଜରେ ୧୨୫ ଟନ୍ ଗୋଲ୍ଡ ଭଲ୍ଟ ପ୍ରସ୍ତୁତ କରାଯିବ, ଏବଂ ଚାନ୍ଦି ପାଇଁ ୧୦୦୦ ଟନ୍ ର ଭଲ୍ଟ ପ୍ରସ୍ତୁତ କରାଯିବ । ଏହି ଏକ୍ସଚେଞ୍ଜ ଜରିଆରେ ବୁଲିୟନ ଟ୍ରେଡିଂରେ ପାରଦର୍ଶିତା ଆସିବ ।

ଇଣ୍ଟରନାସନାଲ ବୁଲିୟନ ଏକ୍ସଚେଞ୍ଜ ସାହାଯ୍ୟରେ କେବଳ ଯୋଗ୍ୟ ଜୁଏଲର୍ସ ହିଁ ଆମଦାନୀ କରିପାରିବେ । ଏଥିପାଇଁ ଆଇଏଫଏସସିରେ ବ୍ରାଞ୍ଚ ଜରୁରୀ । ଆମଦାନୀ ପାଇଁ ସର୍ବନିମ୍ନ ୨୫ କୋଟି ଆୟ ହୋଇଥିବା ଦରକାର । ଗତ ବର୍ଷ ତିନି ବର୍ଷର ଟର୍ଣ୍ଣଓଭରରେ ୯୦ ପ୍ରତିଶତ ଭାଗ ବୁଲିୟନ ଥିବା ଦରକାର । ଏହି ଏକ୍ସଚେଞ୍ଜରେ ଟ୍ରେଡିଂ ସମୟ ସକାଳ ୯ ରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ରହିବ ।

ସୁନା ଆମଦାନୀରେ ଏହା ବଡ଼ ଏଣ୍ଟ୍ରି ହେବ । ଏହାଦ୍ୱାରା ଭାରତରେ ବିଶ୍ୱ ବୁଲିୟନ ମାର୍କେଟ ସହ ଯୋଡ଼ିହେବ । ବର୍ତ୍ତମାନ ଭାରତ ବିଦେଶୀ ବୁଲିୟନ ଦ୍ୱାରା ସୁନା ଦାମ୍ ନିଶ୍ଚିତ କରୁଥିବାବେଳେ ଆଗାମୀ ସମୟରେ ଭାରତ ସୁନା ଦାମ ନିଜେ ସ୍ଥିର କରିପାରିବ । ଆଇଆଇବିଏକ୍ସ ଦ୍ୱାରା ଆମଦାନୀ ଶସ୍ତା ହୋଇପାରେ । କ୍ୱାଲିଟି ସହ ପ୍ରାଇସ ଏବଂ ପାରଦର୍ଶିତାର ଭରଷା ମିଳିବ । ଏହା ବ୍ୟତୀତ ଜ୍ୱେଲେରୀ ବଜାରରେ ଭାରତର ସ୍ଥିତି ସୁଦୃଢ଼ ହେବ ।

Get real time updates directly on you device, subscribe now.