fbpx

(Video) ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କଲେ ନୂଆ ଲଜିଷ୍ଟିକ୍ ନୀତି: କହିଲେ- ‘ପୂର୍ବରୁ ପାରା ଛାଡୁଥିଲୁ, ଆଜି ଚିତା ଛାଡୁଛୁ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦେଶର ନୂଆ ଜାତୀୟ ଲଜିଷ୍ଟିକ୍ ପଲିସି ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ନୂଆ ନୀତିର ଗୁଣ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ, ଜାତୀୟ ଲଜିଷ୍ଟିକ୍ ପଲିସି ପରିବହନ କ୍ଷେତ୍ରର ଚ୍ୟାଲେଞ୍ଜକୁ ସମାଧାନ କରିବା, ଶେଷ ମାଇଲ ପର୍ଯ୍ୟନ୍ତ ଡେଲିଭରିର ଗତିକୁ ବଢ଼ାଇବା ଓ ବ୍ୟବସାୟ ପାଇଁ ଟଙ୍କା ସଞ୍ଚୟ କରିବାକୁ ଯାଉଛି । ଏଥିସହ ଆଜି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମିବିଆରୁ ଆଣିଥିବା ୮ ଟି ଚିତାକୁ ଛାଡିବା ବିଷୟରେ ସେ କହିଛନ୍ତି ଯେ, ଆଜି ଦେଶ ବଦଳୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି, ‘ଭାରତ ଆଜି ବିଶ୍ୱର ପଞ୍ଚାମ ବୃହତ୍ତମ ଅର୍ଥ ବ୍ୟବସ୍ଥା । ଆମ ଦେଶ ବଦଳୁଛି । ଏପରି ଏକ ସମୟ ଥିଲା ଯେତେବେଳେ ପାରାମାନଙ୍କୁ ଛଡ଼ାଯାଉଥିଲା, ଆଜି ଚିତା ଛାଡୁଛୁ ।’

ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ମେକ୍ ଇନ୍ ଇଣ୍ଡିଆ ଏବଂ ଭାରତ ଆତ୍ମନିର୍ଭରଶୀଳ ହେବାର ସ୍ୱର ସବୁଆଡେ ରହିଛି । ଭାରତ ବଡ ରପ୍ତାନି ଲକ୍ଷ୍ୟ ସ୍ଥିର କରୁଛି, ସେଗୁଡିକୁ ପୂରଣ ମଧ୍ୟ କରୁଛି । ଭାରତ ଏକ ଉତ୍ପାଦନ ହବ୍ ଭାବରେ ଉଭା ହେଉଛି, ଏହା ଦୁନିଆର ମନରେ ସ୍ଥିର ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଜାତୀୟ ଲଜିଷ୍ଟିକ୍ ପଲିସି ସମସ୍ତ କ୍ଷେତ୍ର ପାଇଁ ନୂତନ ଶକ୍ତି ନେଇ ଆସିଛି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ‘ଆଜି ସ୍ୱାଧୀନତାର ଅମୃତ କାଳରେ ଦେଶ ଏକ ବିକଶିତ ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ସବୁ ସମସ୍ୟାର ସମାଧାନ ଖୋଜିବା, ଭାରତରେ ଶେଷ ମାଇଲ୍ ଡେଲିଭରକୁ ତୀବ୍ର କରିବା, ପରିବହନ ସହ ଜଡିତ ଚ୍ୟାଲେଞ୍ଜଗୁଡିକୁ ଦୂର କରିବା, ଆମର ଶିଳ୍ପଗୁଡିକର ସମୟ ଏବଂ ଅର୍ଥ ସଞ୍ଚୟ କରିବା ପାଇଁ ଏକ ନିରନ୍ତର ପ୍ରୟାସ ଚାଲିଛି । ଏହାର ଗୋଟିଏ ରୂପ ହେଉଛି ଜାତୀୟ ଲଜିଷ୍ଟିକ୍ ପଲିସି ।’

ସେ କହିଛନ୍ତି ଯେ, ଯଦି ଜାତୀୟ ଲଜିଷ୍ଟିକ୍ ପଲିସିକୁ ସବୁଠାରୁ ଅଧିକ ସପୋର୍ଟ କାହାଠାରୁ ମିଳିବାକୁ ଯାଉଛି, ତେବେ ଏହା ହେଉଛି ପିଏମ୍ ଗତିଶାକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ୍ । ମୁଁ ଖୁସି ଯେ ଆଜି ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଏଥିରେ ଯୋଗ ଦେଇଛନ୍ତି ଏବଂ ପ୍ରାୟ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।’

Get real time updates directly on you device, subscribe now.