ଭୁବନେଶ୍ୱରରୁ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପିଏମ ମୋଦୀ, ଉଦବୋଧନରେ କହିଲେ ଏହି କଥା

ଜନତା ମଇଦାନରୁ ଭିସିରେ ପିଏମ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଉଛନ୍ତି ।

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଉଛନ୍ତି । ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ସମସ୍ତଙ୍କୁ ସ୍ୱାଗତ ଜଣାଇଲେ ପିଏମ ମୋଦୀ । ସେ କହିଛନ୍ତି ଯେ, କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି ।

ଜନତା ମଇଦାନରୁ ଭିସିରେ ପିଏମ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ସେ ତାଙ୍କ ଉଦବୋଧନରେ କହିଛନ୍ତି ଯେ, ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ, ସବୁଠି ଉତ୍ସବର ବାତାବରଣ । ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ ଅଟେ । ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ ।

ସେ ଆହୁରି କହିଛନ୍ତି ଯେ, ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ । ଏହାକୁ ସ୍ମରଣ କରିବା ଲାଗି ଐତିହାସିକ ବାଲିଯାତ୍ରା ଆୟୋଜନ କରାଯାଏ । ଧଉଳିକୁ ଶାନ୍ତିର ପ୍ରତୀକ କହିଛନ୍ତି ପିଏମ ନରେନ୍ଦ୍ର ମୋଦୀ ।

ମୁଁ ଆପଣଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହେଁ: ପିଏମ ମୋଦୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା କଥା କହିଛନ୍ତି । ସେ କହିଛନ୍ତି ଯେ, ଆପଣଙ୍କ ପାଇଁ ବିଦେଶରେ ମୁଁ ଗର୍ବ ଅନୁଭବ କରେ । ଭାରତୀୟ ଯେଉଁଠି ଥାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି । ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୂତପୂର୍ବ । ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ ।