fbpx

(Video) କାହିଁକି ୧୧୪ତମ ଏପିସୋଡରେ ଭାବବିହ୍ୱଳ ହେଲେ ପିଏମ ମୋଦୀ, କହିଲେ- ‘ବହୁତ ପୁରୁଣା ସ୍ମୃତି..’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ମନ କି ବାତର କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ଏବଂ କହିଛନ୍ତି ଯେ, ଆଜିର ଏପିସୋଡରେ ପିଏମ ମୋଦୀ କହିଛନ୍ତି ଯେ, ଆଜିର ଏହି ଏପିସୋଡ ମୋତେ ଭାଗାବେଗ କରିବାକୁ ଯାଉଛି। ମୋତେ ବହୁତ ପୁରୁଣା ସ୍ମୃତି ସହ ଘେରା ଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ ମୋଦୀ ଲୋକଙ୍କ ସମସ୍ୟର ସମାଧାନ କରିବାକୁ ଚେଷ୍ଟା କରନ୍ତି।
ପିଏମ ମୋଦୀ କହିଛନ୍ତି ଯେ, ମନ କି ବାତ୍ ଆମର ଏହି ଯାତ୍ରାକୁ ୧୦ ବର୍ଷ ପୁରନ ହୋଇଛି। ୧୦ ବର୍ଷ ପୂର୍ବେ ଅକ୍ଟୋବର ୩ ତାରିଖ ବିଜୟା ଦଶମୀ ଦିନ ମନ କି ବାତ ଆରମ୍ଭ ହୋଇଥିଲା। ଏହା ଏକ ପବିତ୍ର ସଂଯୋଗ ଅଟେ, ତେବେ ଚଳିତ ବର୍ଷ ୩ ଅକ୍ଟୋବରରେ ଯେବେ ମନ କି ବାତ ର ୧୦ ବର୍ଷ ପୂରଣ ହେବ, ସେବେ ନବରାତ୍ରୀର ପ୍ରଥମ ଦିନ ହେବ।

ସେ ଆହୁରି କହିଛନ୍ତି ଯେ, ମନ କି ବାତର ଏହି ଲମ୍ବା ଯାତ୍ରାରେ ଏପରି ସ୍ମୃତି ଅଛି , ଯାହାକୁ ମୁଁ କେବେ ଭୁଲିପାରିବି ନାହିଁ। ମନ କି ବାତର କୋଟି କୋଟି ସ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥୀ, ଯାହାଙ୍କଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି। ମନ କି ବାତର ଶ୍ରୋତା ଏହି କାର୍ଯ୍ୟକ୍ରମର ଅସଲି ସୂତ୍ରଧାର। ସେ କହିଛନ୍ତି ଯେ, ମନ କି ବାତ ଏହା ପ୍ରମାଣ କରିଛି ଯେ; ଦେଶର ଲୋକେ ପଜିଟିବ ସୂଚନା ପାଇବା ପାଇଁ କେତେ ଉତ୍ସୁକ।

ପିଏମ ମୋଦୀ ଆଗକୁ କହିଛନ୍ତି ମନ କି ବାତର ୧୦ ବର୍ଷ ଯାତ୍ରା ଏକ ଏଭଳି ମାହୋଲ ପ୍ରସ୍ତୁତ କରିଛି, ଯେଉଁଥିରେ ପ୍ରତି ଏପିସୋଡ ସହ ନୂଆ କାହାଣୀ, ନୂଆ କୀତ୍ତିମାନ, ନୂଆ ବ୍ୟକ୍ତିତ୍ୱ ଯୋଡି ହୁଅନ୍ତି। ମନ କି ବାତ ଦ୍ୱାରା ସମ୍ମାନ ମିଳିଥାଏ। ମୋ ମନ ମଧ୍ୟ ସେବେ ଗର୍ବରେ ପରିପୂର୍ଣ୍ଣ ହୋଇଯାଏ, ସେ ମନ କି ବାତ୍ ପାଇଁ ଆସିଥିବା ଚିଠିକୁ ପଢିଥାଏ। ଆମ ଦେଶରେ କେତେ ପ୍ରତିଭାବାନ ଲୋକ ଅଛନ୍ତି, ସେଥିରୁ ଦେଶ ଏବଂ ସମାଜର ସେବା କରିବାର କେତେ ଆଗ୍ରହ ଅଛି। ସେ ଲୋକଙ୍କୁ ନିସ୍ୱାର୍ତ ଭାବରେ ସେବା କରିବାରେ ନିଜର ସାରା ଜୀବନ ସମର୍ପିତ କରିଦିଅନ୍ତି। ତାଙ୍କ ବିଷୟରେ ଜାଣି ମୁଁ ଉତ୍ସାହିତ ହୋଇଯାଇଥାଏ।

Get real time updates directly on you device, subscribe now.