(Video) ମୋଦୀ-ପୁଟିନ-ଜିନପିଙ୍ଗଙ୍କ ହସଖୁସି ଦେଖି ଦୋହଲିଗଲା ଆମେରିକା! ଦେଖନ୍ତୁ ଭିଡିଓ

ଜିନପିଙ୍ଗଙ୍କୁ କଣ କହୁଥିଲେ ପୁଟିନ, ହସିଦେଲେ ପିଏମ ମୋଦୀ

ନୂଆଦିଲ୍ଲୀ: ଚୀନର ତିୟାନଜିନରେ ୨୫ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଅନେକ ଦେଶର ବରିଷ୍ଠ ନେତା ଯୋଗ ଦେଇଛନ୍ତି।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଯେଉଁଭଳି ଭିଡିଓ ସାମ୍ନାକୁ ଆସିଛି, ଯାହା ସାରା ୟୁରୋପ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ କାଳ ହୋଇପାରେ।

ତିୟାନଜିନରେ ଚାଲୁଥିବା ଏସସିଓ ସମ୍ମିଳନୀରେ ସୋସବାର ଦିନ ଏକ ଭିଡିଓ ଜାରି ହୋଇଛି। ଯେଉଁଥିରେ ପିଏମ ମୋଦୀଙ୍କର ଜିନପିଙ୍ଗଙ୍କ ସହ ଭଲ କେମେଷ୍ଟ୍ରୀ ଦେଖିବାକୁ ମିଳିଛି।

ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ରୁଷ ରାଷ୍ଟ୍ରପତି ପୁଟିନ ସି ଜିନପିଙ୍ଗଙ୍କୁ କିଛି କହୁଛନ୍ତି। ଏହି ସମୟରେ ପୁଟିନଙ୍କ କଥା ଶୁଣି ପିଏମ ମୋଦୀ ଖିଲିଖିଲି ହୋଇ ହସୁଛନ୍ତି। ସେମାନଙ୍କ ପାଖରେ ଥିବା ଅନ୍ୟ ନେତା ମଧ୍ୟ ହସୁଥିବାର ଦେଖିବାକୁ ମିଳିଛି।

ମୋଦୀ-ପୁଟିନ-ଜିନପିଙ୍ଗଙ୍କ ବନ୍ଧୁତା: ଏହି ଭିଡିଓରେ ଅନେକ ନେତାଙ୍କୁ ଦେଖିବାକୁ ମିଳୁଛି। ସାଧାରଣତଃ ପିଏମ ମୋଦୀଙ୍କ ସହ ପୁଟିନଙ୍କୁ ଅନେକ ଭିଡିଓରେ ଦେଖିବାକୁ ମିଳିଛି।

କିନ୍ତୁ ଏହି ଭିଡିଓରେ ସି ଜିନପିଙ୍ଗଙ୍କ ସହ ପିଏମ ମୋଦୀଙ୍କର କଥାବର୍ତ୍ତା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଜିନପିଙ୍ଗ ରବିବାର ଦିନ ହୋଇଥିବା ଦ୍ୱିପାକ୍ଷିକ ବୈଠକକୁ ୨୦୨୦ର ଗଲୱାନ ବିଦ୍ରୋହ ପରେ ଭଲ ସମ୍ପର୍କ ସ୍ଥାପନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।