fbpx

ମୋଦି ଓ ୟୁଏସ୍ ଇଭ: ଇଣ୍ଟରନେଟ୍ ସେନସର ରାପ୍ପର ହନୁମାନକାଇଣ୍ଡ ଓ ଗାୟକ ଆଦିତ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ତ୍ରିଦିବସୀୟ ଆମେରିକା ଗସ୍ତ କାଳରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତି ଓ ସଂଗୀତର ମଜା ଉଠାଇଲେ ୧୩,୫୦୦ ଦର୍ଶକ । କାର୍ଯ୍ୟକ୍ରମରେ ଆୟୋଜିତ ରଙ୍ଗାରଙ୍ଗ ପ୍ରୋଗ୍ରାମ ପ୍ରଦର୍ଶନ କରିଥିବା ରାପ୍ପର ହନୁମାନକାଇଣ୍ଡଙ୍କ ସହ ଗାୟକ ଆଦିତ୍ୟ ଗଢବିଙ୍କୁ ଭେଟିଲେ ମୋଦି । ଉଭୟଙ୍କୁ ଆଲିଙ୍ଗନ କରି କଲେ ଭୂରି ଭୁରି ପ୍ରଶଂସା ପ୍ରଧାନମନ୍ତ୍ରୀ ।

ସେପ୍ଟେମ୍ବର ୨୨ ତାରିଖରେ ନ୍ୟୁୟର୍କରେ ଅନୁଷ୍ଠିତ ମୋଦି ଓ ୟୁଏସ୍ କାର୍ଯ୍ୟକ୍ରମରେ ଇଣ୍ଟରନେଟ ସେନସେସନ, ରାପ୍ପର ହନୁମାନକାଇଣ୍ଡଙ୍କୁ ପ୍ରଧାନମନ୍ତ୍ରୀ ଭେଟିଥିଲେ । ଏତେବଡ ପ୍ଲାଟଫର୍ମରେ ଉଭୟଙ୍କ ପ୍ରଦର୍ଶନକୁ ନେଇ ମୋଦି ଖୁସିବ୍ୟକ୍ତ କରିବା ସହ ସେମାନଙ୍କୁ ଖୁସିରେ ଆଲିଙ୍ଗନ କରିଥିଲେ ।

କେରଳରେ ଜନ୍ମିତ ସୂରଜ ଚେରୁକାଟ ଇଣ୍ଟରନେଟ ସେନସର ରାପ୍ପର ହନୁମାନକାଇଣ୍ଡ ନାମରେ ପରିଚିତ । ଏହି ପ୍ରୋଗ୍ରାମରେ ତାଙ୍କ ଦ୍ୱାରା ପ୍ରଦର୍ଶିତ ରାପକୁ ଇଣ୍ଟରନେଟରେ ବ୍ୟାପକଭାବେ ସେୟାର କରାଯାଇଥିଲା । ଭିଡିଓରେ ଦେଖିବାକୁ ମିଳୁଛି, କେମିତି ଦର୍ଶକ ତାଙ୍କ ପ୍ରଦର୍ଶନକୁ ମନଭରି ଉପଭୋଗ କରୁଛନ୍ତି ଓ ପରେ ମୋଦିଙ୍କୁ ସେ ଭେଟିଛନ୍ତି । ଉଭୟ ହ୍ୟାଣ୍ଡସେକ କରିବା ସହ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ଆଲିଙ୍ଗନ ପୂର୍ବରୁ ମୋଦି ଜୟ ହନୁମାନ କହିଥିବା ଦେଖିବାକୁ ମିଳିଛି ।

ସେହିପରି ଏହି ବିରାଟ ସମାବେଶରେ ମୋଦିଙ୍କ ସମ୍ମୁଖରେ ଗାୟକ ଆଦିତ୍ୟ ଗାଢଭି ମଧ୍ୟ ସଂଗୀତ ପ୍ରଦର୍ଶନ କରିଥିଲେ । ଆଦିତ୍ୟ ଗତବର୍ଷ ତାଙ୍କ ଗୀତ ଖଲାସି ପାଇଁ ଇଣ୍ଟରନେଟରେ ତେହଲକା ମଚେଇ ଦେଇଥିଲେ । ଏହି ସଂଗୀତରେ ଗୁଜରାଟ ସମୁଦ୍ରକୂଳରୁ ବାହାରିଥିବା ନାବିକର ସୀମାହୀନ ଯାତ୍ରାକୁ ଉପସ୍ଥାପନ କରାଯାଇଛି । ଏହାକୁ ଦେବୀ ଶ୍ରୀ ପ୍ରସାଦ କମ୍ପୋଜ କରିଥିଲେ ।

ଏଥିସହ ଏହି ଇଭେଣ୍ଟରେ ଭାରତୀୟ କଳାସଂସ୍କୃତିକୁ ଉପସ୍ଥାପନ କରାଯାଇଥିଲା । ଏଥିରେ ପ୍ରସ୍ତୁତ ପାରମ୍ପରିକ ବାଦ୍ୟଯନ୍ତ୍ର ପେରାଇକୁ ଆମେରିକାରେ ଅବସ୍ଥିତ ତାମିଲମାନେ ପ୍ରଦର୍ଶନ କରିଥିଲେ । ସେହିପରି ଏହା ପୂର୍ବରୁ ମହାରାଷ୍ଟ୍ରର କଳା ମଲ୍ଲଖମ୍ବ ପ୍ରଦର୍ଶନ କରାଯାଇଥିଲା ।

ହନୁମାନକାଇଣ୍ଡ ହିପ-ଅପ ଜଗତର ଜଣେ ନାମକରା କଳାକାର ଭାବେ ଉଭାହୋଇଛନ୍ତି । ତାଙ୍କ ବିଗ ଡାବ୍ଗ, ରସ ଆୱାର, ଗେଙ୍ଘିଜ ଓ ଗୋ ଟୁ ସ୍ଲିପ ପରି ମ୍ୟୁୁଜିକାଲ ଥମାଲ କରିଛନ୍ତି ।

Get real time updates directly on you device, subscribe now.