fbpx

‘ଗରିବୀ କ’ଣ ତାହା ମୁଁ ଭଲ ଭାବରେ ଜାଣିଛି କାରଣ ମୁଁ ଗରିବୀ ଭିତରେ ହିଁ ବଢିଛି’, ଯୋଧପୁରରେ ଏପରି କିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଯୋଧପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ଟା ସମୟରେ ରାଜସ୍ଥାନର ଯୋଧପୁରରେ ପହଞ୍ଚିଛନ୍ତି । ଏଠାରେ ସେ ୫୦୦୦କୋଟି ଟଙ୍କା ମୂଲ୍ୟର ବିକାଶ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ଯୋଧପୁରର ପ୍ରସିଦ୍ଧ ରାବଣ ଚବୁତରା ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋନ୍ଧିତ କରିଛନ୍ତି । ଏହି ଅବସରରେ ସେ କଂଗ୍ରେସ ସରକାରକୁ ଟାର୍ଗେଟ କରି କହିଛନ୍ତି କଂଗ୍ରେସର ପେପର ଲିକ୍ ମାଫିଆ ଏଠାରେ ଯୁବକଙ୍କ ଭବିଷ୍ୟତ ବର୍‌ବାଦ କରି ଦେଇଛନ୍ତି । ନିର୍ବାଚନ ସମୟରେ ବେରୋଜଗାରୀ ଭତ୍ତା ଦେବାକୁ କହୁଥିବା କଂଗ୍ରେସ ଏଠାରେ ଯୁବକଙ୍କୁ ପେପର ଲିକ୍ ମାଫିଆଙ୍କ ହାତରେ ଟେକି ଦେଇଛି । ଏପରି ମାଫିଆଙ୍କ ବିରୁଦ୍ଧରେ ବିଜେପି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ଯୋଧପୁର ସହର ଶାନ୍ତି ଲାଗି ପ୍ରସିଦ୍ଧ ଥିଲା ସେଠି ଆଜି ଦିନ ଦ୍ୱିପ୍ରହରରେ ଗ୍ୟାଙ୍ଗ ୱାର ଚାଲିଛି । ଏଥିପାଇଁ କେବଳ କଂଗ୍ରେସ ହିଁ ଦାୟୀ ବୋଲି ସେ କହିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି, ଗରିବୀ କ’ଣ ତାହା ମୁଁ ଭଲ ଭାବରେ ଜାଣିଛି । କାରଣ ମୁଁ ଗରିବୀ ଭିତରେ ହିଁ ବଢିଛି । ୨୦୧୪ ପରଠାରୁ ଦେଶରୁ ଗରିବୀ ବହୁ ମାତ୍ରାରେ ହ୍ରାସ ପାଇଛି । ରାଜ୍ୟର ଜନତାଙ୍କ ଉଦ୍ଦେଶ୍ୟରେ ମୋଦୀ କହିଛନ୍ତି ଆପଣମାନଙ୍କ ସ୍ୱପ୍ନ ହିଁ ମୋଦୀର ସଂକଳ୍ପ ।

Get real time updates directly on you device, subscribe now.