ଗୁଜୁରାଟ: ଗୁଜୁରାଟର ମୋରବୀ ଜିଲ୍ଲାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝୁଲାପୋଲି ଛିଡିବା ଘଟଣାର ସ୍ତିତି ଅନୁଧ୍ୟାନ କରିବା ପାଇଁ ମୋଦି ସେଠାରେ ପହଞ୍ଚିଛନ୍ତି । ଆକାଶମାର୍ଗରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ହସ୍ପିଟାଲରେ ପହଞ୍ଚି ସେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଭେଟିଛନ୍ତି । ଏହାବ୍ୟତୀତ ଉଦ୍ଧାରକାରୀ ଦଳକୁ ଭେଟି ମୋଦି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସୂଚନା ଅନୁସାରେ ଗତ ୩୦ ତାରିଖ ରାତିରେ ମାଛୁ ନଦୀର ଝୁଲାପୋଲ ଭୁଶୁଡି ପଡିଥିଲା । ଫଳରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ନଦୀରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପରୀପ୍ରେକ୍ଷୀରେ ପ୍ରଧାନମନତ୍ରୀ ମୋଦି ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାବ୍ୟତୀତ ଉଦ୍ଧାରକାରୀ ଦଳ ଏବଂ ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାସ୍ଥା ମଧ୍ୟ ପଚାରି ବୁଝିଛନ୍ତି ମୋଦି ।