fbpx
BSKY
BJD YOUTH SKY
BJD MS SKY

ସାରା ବିଶ୍ୱରେ ମୋଦୀଙ୍କ ଜଲୱା: ଏହି ସବୁ ଦେଶରୁ ମିଳିଛି ଏତିକି ସର୍ବଶେଷ୍ଠ ସମ୍ମାନ, ଜାଣନ୍ତୁ ରିପୋର୍ଟ

ନୂଆଦିଲ୍ଲୀ: “ନରେନ୍ଦ୍ର ମୋଦୀ” ଏହା ଏବେ ଏକ ସାଧାରଣ ନାମ ନୁହେଁ ବରଂ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ଶବ୍ଦ। ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ନେତା ମୋଦୀଙ୍କ ଜୀବନଶୈଳୀକୁ ଅନୁସରଣ କରିବାକୁ ପସନ୍ଦ କରନ୍ତି। କାରଣ ଜଣେ ସାଧାରଣ ଚାହା ବିକାଳୀରୁ ସିଏ ଆଜି ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା ହୋଇପାରିଛନ୍ତି। ଯେଉଁଥିପାଇଁ ସମସ୍ତ ଛୋଟରୁ ବଡ଼ ଦେଶ ଯାଏଁ ତାଙ୍କର ଭାରି ପ୍ରଶଂସା ଓ ସମ୍ମାନ କରନ୍ତି। ଏଥିଲାଗି ତାଙ୍କୁ ଅନେକ ବିଶ୍ୱସ୍ତରୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏହି ବିଶ୍ୱସ୍ତରୀୟ ପୁରସ୍କାର ସମ୍ବନ୍ଧୀୟ ଏକ ରିପୋର୍ଟ ବର୍ତମାନ ସାମ୍ନାକୁ ଆସିଛି। ଯାହା ମୋଦୀଙ୍କ ଲୋକପ୍ରିୟତାକୁ ବାସ୍ତବତାରେ ପରିଣତ କରିଥିବା କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସ୍ୱୀକୃତି ଦେଇ ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ୨୦୧୪ ମସିହାରୁ ୧୪ ଟି ଦେଶର ସର୍ବୋଚ୍ଚ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ବୋଲି ସରକାର ଗୁରୁବାର ଦିନ ରାଜ୍ୟସଭାରେ କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୧୮ ରେ ମିଳିତ ଜାତିସଂଘର ସର୍ବୋଚ୍ଚ ପୁରସ୍କାର ପାଇଥିବା କଥା କହିଛନ୍ତି। ସେ କହିଛନ୍ତି ଯେ ୨୦୧୪ ପରଠାରୁ ଭାରତର ପ୍ରଧାନମନ୍ତ୍ରୀ ୧୪ ଟି ଦେଶର ସର୍ବୋଚ୍ଚ ଜାତୀୟ ପୁରସ୍କାର ଏବଂ ଜାତିସଂଘର ସର୍ବୋଚ୍ଚ ପୁରସ୍କାର ପାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିବା ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ତାଙ୍କର ନେତୃତ୍ୱର ସ୍ପଷ୍ଟ ସ୍ୱୀକୃତି ବୋଲି ଶ୍ରୀ ମୁରଲୀଧରନ୍ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ୧୪ଟି ରାଷ୍ଟ୍ରରୁ ପୁରସ୍କାର ମିଳିଥିବା ବେଳେ ସେଥିମଧ୍ୟରୁ ୮ଟି ଇସ୍ଲାମିକ ଦେଶରୁ ପୁରସ୍କୃତ କରାଯାଇଛି। ଜାଣନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଉଁ ସବୁ ଦେଶ ପକ୍ଷରୁ କେଉଁ ପୁରସ୍କାର ମିଳିଛି।

ମନ୍ତ୍ରୀ ଭି ମୁରଲୀଧରନ୍ ମୋଦୀଙ୍କୁ ଦିଆଯାଇଥିବା ଅନେକ ଉଲ୍ଲେଖନୀୟ ପୁରସ୍କାର ତାଲିକାଭୁକ୍ତ କରିଛନ୍ତି। ଯେଉଁଥିରେ ୨୦୧୬ ରେ ଆଫଗାନିସ୍ତାନ ଦ୍ୱାରା State Order of Ghazi Amir Amanullah Khan, ଫେବୃଆରୀ ୨୦୧୮ ରେ ପାଲେଷ୍ଟାଇନ ଦ୍ୱାରା Grand Collar of the State of Palestine, ଅକ୍ଟୋବର ୨୦୧୮ ରେ ଜାତିସଂଘ ଦ୍ୱାରା UN Champion of the Earth Award ଅନ୍ତର୍ଭୁକ୍ତ ରହିଛି। ସେହିପରି ଏପ୍ରିଲ୍ ୨୦୧୯ ରେ ୟୁଏଇ ଦ୍ୱାରା Order of Zayed ଏବଂ ୨୦୧୯ ରେ ଋଷିଆ ଦ୍ୱାରା Order of St Andrew ଦିଆଯାଇଥିବା ଉଲ୍ଲେଖ କରିଛନ୍ତି।।

ଶ୍ରୀ ମୁରଲୀଧରନ୍ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୁନ୍ ୨୦୧୯ ରେ ମାଲଦ୍ୱୀପରୁ Order of the Distinguished Rule of Izzuddin, ଅଗଷ୍ଟ ୨୦୧୯ ରେ ବହାରେନ ଦ୍ୱାରା King Hamad Order of the Renaissance, ଡିସେମ୍ବର ୨୦୨୦ ରେ ଆମେରିକାର Legion of Merit, ଡିସେମ୍ବର ୨୦୨୧ ରେ ଭୁଟାନ ଦ୍ୱାରା Order of the Dragon King ପୁରସ୍କାର ମିଳିଛି। ଅନ୍ୟପଟେ ମୋଦୀଙ୍କୁ ଚଳିତ ବର୍ଷ ମେ ମାସରେ ଫିଜି ପକ୍ଷରୁ Order of Fiji ଏବଂ ସେହି ମାସରେ ପାପୁଆ ନ୍ୟୁ ଗିନି ଦ୍ୱାରା Order of Logohu ଓ ଜୁନ୍ ମାସରେ ଇଜିପ୍ଟ ଦ୍ୱାରା Order of the Nile ପୁରସ୍କାର ଦିଆଯାଇଥିବା କଥା ଉଲ୍ଲେଖ କରିଛନ୍ତି।

Papua New Guinea, Fiji Confers Highest Civilian Award to PM Narendra Modi

Get real time updates directly on you device, subscribe now.