fbpx

(Video) ମସ୍କୋରେ ପହଞ୍ଚିବା ମାତ୍ରେ କ’ଣ କହିଲେ ପିଏମ ମୋଦୀ? ଗାର୍ଡ ଅଫ ଅନର ସହ ହେଲା ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଟ୍ୱିଟ କରି କହିଛନ୍ତି ଯେ, ମସ୍କୋରେ ପହଞ୍ଚି ଗଲି । ଆମ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ସୁବିଧାଜନକ ରଣନୀତିକ ଚୁକ୍ତିକୁ ଆହୁରି ଅଧିକ ଦୃଢ କରିବାର ଆଶା ରହିଛି । ବିଶେଷକରି ସହଯୋଗୀର ଭବିଷ୍ୟତ କ୍ଷେତ୍ରରେ । ଆମ ଦେଶ ମଧ୍ୟରେ ମଜବୁତ ସଂପର୍କରେ ଆମ ଲୋକେ ବହୁତ ଲାଭାବନ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ମସ୍କୋରେ ପହଁଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରୁଷର ଦୁଇଦିନିଆ ଗସ୍ତରେ ଅଛନ୍ତି । ସେ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କ ସହ ୨୨ ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ କରିବେ । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମସ୍କୋର ଏୟାରପୋର୍ଟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.