fbpx

ଟୋକିଓ ଅଲିମ୍ପିକ୍ସ: ଖେଳାଳୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, ଦୌଡ଼ରାଣୀ ଦୂତୀ ଚାନ୍ଦ ଥିଲେ ସାମିଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଆଥଲେଟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଖେଳାଳି ଦୂତୀ ଚାନ୍ଦ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ କ୍ରୀଡ଼ା ବିଭାଗର ଅଧିକାରୀ ଉପସ୍ଥିତ ରହିଛନ୍ତି। ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ୟ୍ୟନ୍ତ ଟୋକିଓରେ ହେବ ଅଲିମ୍ପିକ୍ସ। ୧୮ଟି ଇଭେଣ୍ଟରେ ଭାଗ ନେବେ ୧୨୬ ଭାରତୀୟ ଖେଳାଳି ।

ତେବେ ଏହି ଆଲୋଚନାରେ ଦୌଡ଼ରାଣୀ ଦୂତି ଚାନ୍ଦ ମଧ୍ୟ ସାମିଲ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଖେଳ ପାଇଁ କିପରି ଭାବରେ ପ୍ରସ୍ତୁତି ଚାଲିଛି ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ ମୋଦୀ କହିଥିଲେ ଯେ, ଦୂତି ଅର୍ଥ ଚମକ, ଆଉ ଟୋକିଓରେ ଚମକ ଅପେକ୍ଷାରେ ଭାରତ । ଉତ୍ତରରେ ଦୂତି କହିଥିଲେ ଯେ, ସଂଘର୍ଷ ସତ୍ତେ୍ୱ ନିଜର ପ୍ରସ୍ତୁତି ଜାରି ରହିଛି ।

Get real time updates directly on you device, subscribe now.