ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରଣନୈତିକ ସମ୍ପର୍କ ମଜବୁତ୍ ଉପରେ ଗୁରୁତ୍ୱ
ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହିତ କଲ୍ ମାଧ୍ୟମରେ କଥା ହୋଇଛନ୍ତି। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବ୍ୟାପକ ରଣନୈତିକ ସମ୍ପର୍କକୁ ମଜବୁତ୍ କରିବା ଏବଂ ମୁକ୍ତ ବାଣିଜ୍ୟ ନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଲିଜ୍ ଟ୍ରସ୍ଙ୍କ ଇସ୍ତଫା ପରେ ଭାରତୀୟ ବଶୋଂଦ୍ଦଭ ଋଷି ସୁନକ ବ୍ରିଟେନ୍ର ନୁଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
Glad to speak to @RishiSunak today. Congratulated him on assuming charge as UK PM. We will work together to further strengthen our Comprehensive Strategic Partnership. We also agreed on the importance of early conclusion of a comprehensive and balanced FTA.
— Narendra Modi (@narendramodi) October 27, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଋଷି ସୁନକଙ୍କ ସହିତ ଆଲୋଚନା କରିଥିବା ନେଇ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍ ପରେ ଋଷି ସୁନକ ମଧ୍ୟ ଟିଇଟ୍ କରି ଲେଖିଥିଲେ ‘ମୁଁ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆପଣଙ୍କ ଅଭିନନ୍ଦନ ପାଇଁ ଧନ୍ୟବାଦ। ବ୍ରିଟେନ୍ ଏବଂ ଭାରତ ଅନେକ କିଛି ଅଂଶୀଦାର କରନ୍ତି। ଆଗାମୀ ଦିନରେ ଆମେ କିପରି ଦୁଇ ଦେଶ ମଧ୍ୟରେ ସୁରକ୍ଷା, ପ୍ରତିରକ୍ଷା ଏବଂ ଅର୍ଥନୈତିକ ଭାଗିଦାରୀକୁ ଆଗକୁ ନେଇପାରିବା ସେ ବିଷୟରେ ମୁଁ ଉତ୍ସାହିତ ଅଛି।’
ଆଲୋକର ପର୍ବ ଦୀପାବଳି ଦିନ ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ବାଳିଥିଲେ। ସେହି ଦିନ ହିଁ ସେ କନଜର୍ଭେଟିଭ୍ ପାର୍ଟୀର ନିର୍ଦ୍ୱନ୍ଦୀୟ ନେତା ଭାବରେ ନିର୍ବାଚିତ ହୋଇଥିଲେ। ବ୍ରିଟେନ୍ର ପୁର୍ବ ଅର୍ଥମନ୍ତ୍ରୀ ଋଷି ସୁନକ ଜଣେ ହିନ୍ଦୁ ଅଟନ୍ତି। ଗତ ୨୧୦ ବର୍ଷରେ ସେ ସର୍ବକନିଷ୍ଟ ପ୍ରଧାନମନ୍ତ୍ରୀ ହେବାର ପାଇଛନ୍ତି।
Thank you Prime Minister @NarendraModi for your kind words as I get started in my new role.
The UK and India share so much. I'm excited about what our two great democracies can achieve as we deepen our security, defence and economic partnership in the months & years ahead. pic.twitter.com/Ly60ezbDPg
— Rishi Sunak (@RishiSunak) October 27, 2022