fbpx

୨୦୧୯ରୁ ବର୍ତ୍ତମାନ ଯାଏ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୨୩ କୋଟି

ନୂଆଦିଲ୍ଲୀ: ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶାସନ ଭାର ସମ୍ଭାଳିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ଥର ବିଦେଶ ଗସ୍ତ କରିଛନ୍ତି ଓ ଏଥିପାଇଁ ୨୨.୭୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଗୁରୁବାର ରାଜ୍ୟସଭାରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ବି.ମୁରଲୀଧରନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ।

ସେହିପରି ୨୦୧୯ ପରଠାରୁ ମହାମହିମ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ପାଇଁ ୬.୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସେ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ମୁରଲୀଧରନଙ୍କ ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ଗସ୍ତପାଇଁ ସରକାର ୬,୨୪,୩୧,୪୨୪ଟଙ୍କା, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ୨୨,୭୬,୭୬,୯୩୪ ଟଙ୍କା ଏବଂ ବୈଦେଶିକମନ୍ତ୍ରୀ ଏସ.ଜୟଶଙ୍କରଙ୍କ ବିଦେଶ ଗସ୍ତପାଇଁ ୨୦,୮୭,୦୧,୪୭୫ ଟଙ୍କା ଖର୍ଚ୍ଚ କରାଯାଇଛି ।

୨୦୧୯ ପରଠାରୁ ତକ୍ରାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ଥର ବିଦେଶ ଗସ୍ତ କରିଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଥରେ ମାତ୍ର ବ୍ରିଟେନ ଗସ୍ତରେ ଯାଇଛନ୍ତି । ସେହିପରି ୨୦୧୯ ପରଠାରୁ ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର ୮୬ଥର ବିଦେଶ ଗସ୍ତରେ ଯାଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି । ୨୦୧୯ ପରଠାରୁ ପ୍ରଧାନମନ୍ତ୍ରୀ ୩ଥର ଜାପାନ ଓ ଆମେରିକା ଗସ୍ତରେ ଯାଇଥିବାବେଳେ ସଂଯୁକ୍ତ ଆରବ ଏମିରେଟ୍ସ ୨ଥର ଗସ୍ତ କରିଛନ୍ତି ।

Get real time updates directly on you device, subscribe now.