fbpx
BSKY SKY
BSKY SKY

ଦୁଇଟି ଆସନରେ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

BSKY

ନୂଆଦିଲ୍ଲୀ: କୌଣସି ପ୍ରାର୍ଥୀ ୨ଟି ଆସନରେ ଯେପରି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିନପାରିବ ସେ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆଇନ୍ ପ୍ରଣୟନ କରିବା ସଂସଦର କାମ । ଯଦି ଏହା ସେମାନଙ୍କୁ ଠିକ୍ ଲାଗିବ ତେବେ ସେମାନେ ଏହାକୁ ନେଇ ଆଇନ୍ ପ୍ରଣୟନ କରିବା ଉଚିତ୍ ।

ଆବେଦନରେ କୁହାଯାଇଥିଲା ଯେ ଦୁଇଟି ସ୍ଥାନରୁ ଜଣେ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ଓ ପରେ ଦୁଇଟି ଯାକ ଆସନ ଜିତିବା ପରେ ଗୋଟିଏ ଆସନ ଛାଡ଼ିଦେବା ଉକ୍ତ ନିର୍ବାଚନ ମଣ୍ଡଳୀର ମତଦାତାଙ୍କ ପ୍ରତି ଅନ୍ୟାୟ ଅଟେ । ଏହାଦ୍ୱାରା ସରକାରୀ ରାଜକୋଷ ଉପରେ ଅଧିକ ବୋଝ ବି ପଡ଼ିଥାଏ ।

୨୦୧୭ରେ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏହି ଆବେଦନ ଉପରେ ପ୍ରଥମ ଶୁଣାଣିରେ କେନ୍ଦ୍ର ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଜନପ୍ରତିନିଧି ଆଇନର ଧାରା ୩୩(୭)ରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ କୌଣସି ବି ପ୍ରାର୍ଥୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ଏହି ଆଇନର ପରିବର୍ତ୍ତନ କରିବା ହେଉଛି ସଂସଦର ଅଧିକାର ।

ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ଆବେଦନକାରୀଙ୍କୁ ସମର୍ଥନ କରିଥିଲେ । ଅ।।ୟୋଗଙ୍କ ପକ୍ଷରୁ କୁହାଯାଇଥିଲା ଯେ ସେ ମଧ୍ୟରେ ୨୦୦୫ ଜୁଲାଇ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏହା ଉପରେ ବିଚାର କରିବାକୁ ଅନୁରୋଧ କରିଥିଲେ । ଆୟୋଗ କହିଥିଲେ ଯେ ଯେତେବେଳେ ପ୍ରାର୍ଥୀ ଦୁଇଟି ଆସନରୁ ଜିତିଥାଏସେତେବେଳେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଥାଏ । ଏପରିସ୍ଥଳେ ନିର୍ବାଚନ ଆୟୋଗ ପୁଣିଥରେ ନିର୍ବାଚନ କରିବାକୁ ପଡ଼ିଥାଏ । ଏହାଦ୍ୱାରା ସରକାରୀ ଅର୍ଥ ଅଯଥା ଅପଚୟ ହୋଇଥାଏ ।

Get real time updates directly on you device, subscribe now.