fbpx

ଭଗବାନ ହନୁମାନଙ୍କ ୧୦୮ ଫୁଟ୍ ଉଚ୍ଚର ମୂର୍ତ୍ତି ଲୋକାର୍ପଣ କଲେ ପିଏମ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହନୁମାନ ଜୟନ୍ତୀ ଅବସରରେ ଗୁଜରାଟର ମୋରବିରେ ନିର୍ମିତ ୧୦୮ ଫୁଟ୍ ଉଚ୍ଚର ଭଗବାନ ହନୁମାନଙ୍କ ମୂର୍ତ୍ତିର ଅନାବରଣ କରିଛନ୍ତି। ଏହା ଭଗବାନ ହନୁମାନଙ୍କ ସମ୍ବନ୍ଧିତ ଚାରି ଧାମ ପ୍ରକଳ୍ପ ଆଧାରରେ ଦେଶର ଚାରି ଦିଗରେ ସ୍ଥାପନ କରାଯାଇଥିବା ମୂର୍ତ୍ତି ମଧ୍ୟରୁ ଗୋଟିଏ। ଏହି କ୍ରମରେ ଏହା ହନୁମାନଙ୍କ ଦ୍ଵିତୀୟ ମୂର୍ତ୍ତି ଯାହା ପଶ୍ଚିମ ଦିଗରେ ସ୍ଥାପନ କରାଯାଇଛି। ଏହାର ସ୍ଥାପନା ମୋରବିର ବାପୁ କେଶବାନନ୍ଦ ଆଶ୍ରମରେ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ହନୁମାନ ଜୀ ନିଜ ଭକ୍ତିରେ , ନିଜ ସେବାରେ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖନ୍ତି।

ଏହାର ପ୍ରଥମ ମୂର୍ତ୍ତି ୨୦୧୦ରେ ଉତ୍ତର ଦିଗରେ ସିମଲାରେ ସ୍ଥାପନ କରାଯାଇଛି। ଦକ୍ଷିଣ ଦିଗରେ ହନୁମାନଙ୍କ ମୂର୍ତ୍ତି ରାମେଶ୍ଵରମରେ ସ୍ଥାପନ କରାଯିବ। ଏହାର କାମ ମଧ୍ୟ ଆରମ୍ଭ ହୋଇ ସାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୋତେ ଅବଗତ କରାଗଲା ଯେ, ହନୁମାନ ଜୀଙ୍କ ଏହି ପରି ୧୦୮ ଫୁଟ ଉଚ୍ଚ ପ୍ରତୀମା ଦେଶର ଭିନ୍ନ ଭିନ୍ନ ସ୍ଥାନରେ ସ୍ଥାପନ କରାଯାଉଛି। ଆମେ ଗତ କିଛି ବର୍ଷ ପୂର୍ବେ ସିମଲାରେ ହନୁମାନ ଜୀଙ୍କ ପ୍ରତୀମା ଦେଖିଥିଲୁ। ଆଜି ମୋରବିରେ ଦ୍ଵିତୀୟ ପ୍ରତୀମା ସ୍ଥାପନ ହୋଇଛି।

ମୋରବିରେ ବିଶାଳ ମୂର୍ତ୍ତି ତିଆରି କାମ ୨୦୧୮ରେ ଆରମ୍ଭ ହୋଇଥିଲା। ଏହାର ବଜେଟ୍ ପ୍ରାୟ ୧୦ କୋଟି ଟଙ୍କା ହୋଇଥିବା କୁହାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ହନୁମାନ ଜୀ ନିଜ ଭକ୍ତିରେ ନିଜ ସେବାରେ ସମସ୍ତଙ୍କୁ ଯୋଡିଥାନ୍ତି। ଯେ କେହି ବି ହନୁମାନ ଜୀଙ୍କଠୁ ପ୍ରେରଣା ପାଇଥାନ୍ତି। ହନୁମାନ ହେଉଛନ୍ତି ଶକ୍ତି ଏବଂ ସମ୍ବଳ ଯିଏ ସମସ୍ତ ବନବାସୀ ପ୍ରଜାତି ଏବଂ ବନ ବନ୍ଧୁଙ୍କୁ ମାନ ଏବଂ ସମ୍ମାନର ଅଧିକାର ଦେଇଛନ୍ତି। ଏଥିପାଇଁ ଏକ ଭାରତ, ଶ୍ରେଷ୍ଠ ଭାରତର ମଧ୍ୟ ହନୁମାନ ଜୀଙ୍କ ସୂତ୍ର ରହିଥିବା ମୋଦୀ କହିଛନ୍ତି।

Get real time updates directly on you device, subscribe now.