fbpx

ପ୍ରଧାନମନ୍ତ୍ରୀଙ୍କ କରୋନା ଟିକା ସମୀକ୍ଷା

ନୂଆଦିଲ୍ଲୀ,୨୮ ।୧୧: ଅହମ୍ମଦାବାଦର ଜାଇଡସ୍ ବାୟୋଟେକ୍ ପାର୍କରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ କୋଭିଡ-୧୯ ଭ୍ୟାକ୍ସିନ ପ୍ରସ୍ତୁତିର ପ୍ରଧାନମନ୍ତ୍ରୀ ନିଜେ ସୀମକ୍ଷା କରିଛନ୍ତି । ଏହା ସହ ମୋଦୀ ହାଇଦ୍ରାବାଦ ଭାରତ ବାୟୋଟେକ୍, ପୁଣେ ସେରମ୍ ଇନଷ୍ଟିଚ୍ୟୁଟ ଯିବାର କାର୍ଯ୍ୟକ୍ରମ ରହିଛି । ମୋଦୀ ଏହି ସବୁ ଜାଗାକୁ ଯାଇ ଟିକା ପ୍ରସ୍ତୁତି କରଣ ଓ ପ୍ରକ୍ରିୟାର ଅଗ୍ରଗତି ବିଷୟରେ ଅନୁଧ୍ୟାନ କରିବେ । ଏନେଇ ପିଏମଓ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.