fbpx

ପୁଣି ହୃଦୟ ଜିତିଲେ ମୋଦୀ, ସଭାର ଭିଡ଼ ଭିତରେ କୁନି ଝିଅ ଠାରୁ ନେଲେ ଜଗନ୍ନାଥଙ୍କ ଫଟୋଚିତ୍ର

Advertisement

ଓଡ଼ିଶା ଭାସ୍କର: ପଶ୍ଚିମବଙ୍ଗର ଅନୁଷ୍ଠିତ ଏକ ସଭା ଭିଡ଼ ଭିତରୁ ଜଣେ କୁନି ଝିଅ ଠାରୁ ଜଗନ୍ନାଥଙ୍କ ଫଟୋଚିତ୍ର ନେଇ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆରଏସଏସ ସ୍ୱୟଂ ସେବକ ଡ଼.ଏସଜି ସୂର୍ଯ୍ୟ ସେହି ବେଳର ଭିଡିଓ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ସେୟାର କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି ଯେ ଭିଡ଼ ଭିତରେ ଛିଡା ହୋଇଥିବା ଜଣେ କୁନି ଝିଅଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଜଗନ୍ନାଥଙ୍କ ଫଟୋଚିତ୍ର ଗ୍ରହଣ କରିଛନ୍ତି। ଉକ୍ତ ଝିଅଟି ଠାରୁ ଜଗନ୍ନାଥଙ୍କ ଫଟୋଚିତ୍ର ଆଣିବାକୁ ପ୍ରଧାନମନ୍ତ୍ରୀ ତାଙ୍କ ସିକ୍ୟୁରିଟିଙ୍କୁ ଡାକି କହିଥିଲେ।

ତେବେ ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ କୁନି ଝିଅ ପ୍ରବଳ ଭିଡ଼ ଭିତରେ ଗୋଟିଏ ଜଗନ୍ନାଥଙ୍କ ଫଟୋଚିତ୍ର ଧରି ଛିଡା ହୋଇଛି । ଉକ୍ତ ଫଟୋଚିତ୍ରଟିକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେବାକୁ ଚାହୁଁଛି। ତେବେ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ସେହି କୁନି ଝିଅକୁ ଲକ୍ଷ୍ୟ କରିଥିଲେ। ଏବଂ ସେ ତାଙ୍କର ସିକ୍ୟୁରିଟିଙ୍କୁ ଡାକି ସେହି କୁନି ଝିଅଠାରୁ ଜଗନ୍ନାଥଙ୍କ ଫଟୋଚିତ୍ରକୁ ଆଣିବାକୁ କହିଥିଲେ । ଆଉ ଯେତେବେଳେ ମୋଦୀଙ୍କ ପାଖରେ ସେହି ଜଗନ୍ନାଥଙ୍କ ଫଟୋଚିତ୍ର ଆସି ପହଞ୍ଚିଥିଲା ସେ ନିଜ ଚେୟାରରୁ ଉଠି ଏଭଳି ଶୈଳୀରେ ସେ ଫଟୋଚିତ୍ରକୁ ଗ୍ରହଣ କରିଥିଲେ ତାହା ସମସ୍ତଙ୍କ ହୃଦୟ ଜିତି ନେଇଥିଲା । ପଶ୍ଚିମବଙ୍ଗର ଆରାମବାଗଠାରେ ଆୟୋଜିତ ଏକ ସଭାରେ ଏଭଳି ହୃଦୟସ୍ପର୍ଶୀ ଚିତ୍ର ଦେଖିବାକୁ ମିଳିଛି।

ସୂଚନା ଥାଉକି, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କ୍ରିଷ୍ଣାନଗର ସହରରେ ୧୫,୦୦୦ କୋଟି ଟଙ୍କାର ଭିଭିନ୍ନ ଉନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ଶକ୍ତି, ରେଳ ଓ ରାସ୍ତା ଭଳି ଭିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ରହିଥିଲା ।

Get real time updates directly on you device, subscribe now.