fbpx

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହେଲା ଆଲୋଚନା, ଏଲ୍‌ଏସିରେ ବିବାଦ ସମାଧାନ ପାଇଁ ସହମତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସି ଜିନପିଙ୍ଗ ଲଦାଖରେ ସୃଷ୍ଟି ହୋଇଥିବା ବିବାଦକୁ ହ୍ରାସ କରିବା ପାଇଁ ସହମତ ହୋଇଛନ୍ତି । ବିଦେଶ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଉଭୟ ନେତା ଖୁବ୍‌ଶୀଘ୍ର ବିବାଦ କମାଇବାକୁ ସହମତ ହୋଇଥିଲେ ।

ବୈଦେଶିକ ସଚିବ ବିନୟ କ୍ୱାଟ୍ରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତିଙ୍କ ସହ ଏଲ୍‌ଏସି ପ୍ରସଙ୍ଗ ଉଠାଇଛନ୍ତି । ଖୁବ ଶୀଘ୍ର ବିବାଦ ହ୍ରାସ କରାଯିବା ଉଚିତ ବୋଲି ଉଭୟ ନେତା ସହମତ ହୋଇଥିଲେ । ଏହା ଏକ ଦ୍ୱିପାକ୍ଷିକ କଥାବାର୍ତ୍ତା ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ନେତାଙ୍କ ସହ କଥାବାର୍ତ୍ତା ସମୟରେ ଏଲ୍‌ଏସି ପ୍ରସଙ୍ଗ ଉଠାଇଥିଲେ । ପ୍ରଧାନମନ୍ତ୍ରୀ ସି ଜିନପିଙ୍ଗଙ୍କ ସହିତ ଆଲୋଚନା ସମୟରେ ତାଙ୍କୁ ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ଭାରତକୁ ନିମନ୍ତ୍ରଣ କରିଥିଲେ ।

ତେବେ ୨୦୨୦ ମେ, ମାସରେ ପୁର୍ବ ଲଦାଖର ଗଲବାନ ସୀମାରେ ଦୁଇ ଦେଶର ସୈନିକମାନଙ୍କ ମଧ୍ୟରେ ହିଂସାତ୍ମକ ଝଗଡ଼ା ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି ।

ଏହା ସହିତ ବିଦେଶ ସଚିବ ସୂଚନା ଦେଇଛନ୍ତି ଯେ, ଚଳିତ ବ୍ରକ୍ସ ଶିଖର ସମ୍ମିଳନୀର ଉପଲବ୍ଧି ହେଉଛି ୬ ନୂତନ ସଦସ୍ୟ ଆର୍ଜେଣ୍ଟିନା, ଇଜିପ୍ଟ, ଇରାନ୍‌, ଇଥିଓପିୟା, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ କୁ ସାମିଲ କରି ବ୍ରିକ୍‌ସ ଏହାର ସଦସ୍ୟତା ବିସ୍ତାର କରିଛି ।

Get real time updates directly on you device, subscribe now.