ପିଏମ ମୋଦୀଙ୍କ ବିଦେଶ ଯାତ୍ରାରେ ଖର୍ଚ୍ଚ ହୋଇଛି ଏତିକି କୋଟି, କେଉଁ ଦେଶର ଗସ୍ତ ସବୁଠୁ ମହଙ୍ଗା, ଜାଣନ୍ତୁ

ବିଦେଶ ଗସ୍ତରେ ସମୁଦାୟ ଏତିକି କୋଟି ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାମ୍ନାକୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଗତ ତିନି ବର୍ଷ ମଧ୍ୟରେ ପିଏମ ନରେନ୍ଦ୍ର ମୋଦୀଙ୍କର ବିଦେଶ ଯାତ୍ରା ଖର୍ଚ୍ଚ ହୋଇଛି ସମୁଦାୟ ୨୫୯ କୋଟି । ଏହି ସୂଚନା ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ଦାଖଲ କରାଯାଇଛି ।

ସୂଚନା ଅନୁଯାୟୀ, ପିଏମ ମୋଦୀ ସମୁଦାୟ ତିନି ବର୍ଷ ମଧ୍ୟରେ ୩୮ଥର ବିଦେଶ ଗସ୍ତ କରିଛନ୍ତି । ଏଥିରେ ଆମେରିକା, ଜାପାନ ସମେତ ଅନେକ ଦେଶ ଅନ୍ତର୍ଭୁକ୍ତ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପକ୍ଷରୁ ଏହି ସମ୍ବନ୍ଧରେ ପ୍ରଶ୍ନ ପଚରାଯାଇଥିଲା । କଂଗ୍ରେସ ସାଂସଦଙ୍କ ପ୍ରଶ୍ନ ଥିଲା ଯେ, ବିଗତ ତିନି ବର୍ଷରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରାଗୁଡ଼ିକରେ କେତେ ଟଙ୍କା ଖର୍ଚ୍ଚ କରିଛି ।

ଏଥିସହ ହୋଟେଲ, ଟ୍ରାନ୍ସପୋର୍ଟ ସମେତ ଭିନ୍ନ-ଭିନ୍ନ ଖର୍ଚ୍ଚର ଡାଟା ମାଗିଥିଲେ ।

ସରକାରଙ୍କ ପକ୍ଷରୁ ଦିଆଯିବା ଡାଟା:
୨୦୨୨:
ଜର୍ମାନ-୯,୪୪,୪୧,୫୬୨.୦୦
ଡେନମାର୍କ-୫,୪୭,୪୬,୯୨୧.୦୦
ଫ୍ରାନ୍ସ-୧,୯୫,୦୩,୯୧୮.୦୦
ନେପାଳ-୮୦,୦୧,୪୮୩.୦୦
ଜାପାନ-୮,୬୮,୯୯,୩୭୨.୦୦
ୟୁଏଇ-୧,୬୨,୯୨,୬୦୫.୦୦
ଜର୍ମାନୀ-୧୪,୪୭,୨୪,୪୧୬.୦୦
ଜାପାନ-୭,୦୮,୦୩,୪୧୧.୦୦
ଉଜବେକିସ୍ତାନ-୧,୫୭,୨୬,୭୦୯.୦୦
ଇଣ୍ଡୋନେସିଆ – ୪,୬୯,୫୨,୯୬୪.୦୦

୨୦୨୩
ପପୁଆ ନ୍ୟୁ ଗିନି-୮,୫୮,୦୪,୦୭୭.୦୦
ଅଷ୍ଟ୍ରେଲିଆ-୬,୦୬,୯୨,୦୫୭.୦୦
ଜାପାନ-୧୭,୧୯,୩୩,୩୫୬.୦୦
ଆମେରିକା-୨୨,୮୯,୬୮,୫୦୯.୦୦
ମିସ୍ର-୨,୬୯,୦୪,୦୫୯.୦୦
ଫ୍ରାନ୍ସ-୧୩,୭୪,୮୧,୫୩୦.୦୦
ୟୁଏଇ-୧,୪୫,୦୬,୯୫୬.୦୦
ଦକ୍ଷିଣ ଆଫ୍ରିକା-୬,୧୧,୩୭,୩୫୫.୦୦
ଗ୍ରୀସ-୬,୯୭,୭୫,୭୫୩.୦୦
ଇଣ୍ଡୋନେସିଆ-୩,୬୨,୨୧,୮୪୩.୦୦
ୟୁଏଇ-୪,୨୮,୮୮,୧୯୭.୦୦

୨୦୨୪
ୟୁଏଇ-୫,୩୧,୯୫, ୪୮୫.୦୦
କତର-୩,୧୪,୩୦,୬୦୭.୦୦
ଭୁଟାନ-୪,୫୦,୨୭,୨୭୧.୦୦
ଇଟାଲୀ-୧୪,୩୬, ୩୫,୭୬୫.୦୦
ଅଷ୍ଟ୍ରେଲିଆ-୪,୩୫,୩୫,୭୬୫.୦୦
ରୁସ-୫,୩୪,୭୧,୭୨୬.୦୦
ପୋଲ୍ୟାଣ୍ଡ-୧୦,୧୦,୧୮,୬୮୬.୦୦
ୟୁକ୍ରେନ-୨,୫୨,୦୧,୧୬୯.୦୦
ବ୍ରୁନେଇ-୫,୦୨,୪୭,୪୧୦.୦୦
ଆମେରିକା-୧୫,୩୩,୭୬,୩୪୮.୦୦
ସିଙ୍ଗାପୁର-୭,୭୫,୨୧,୩୨୯.୦୦
ଲାଓ-୩,୦୦,୭୩,୦୯୬.୦୦
ରୁଷ-୧୦,୭୪,୯୯,୧୭୧.୦୦
ନାଇଜେରିଆ-୪,୪୬,୦୯,୬୪୦.୦୦
ବ୍ରାଜିଲ-୫,୫୧,୮୬,୫୯୨.୦୦
ଗୁୟାନା-୫,୪୫,୯୧,୪୯୫.୦୦
କୁବେତ-୨,୫୪,୫୯,୨୬୩.୦୦