fbpx

(video)ଛୋଟ ପିଲାଙ୍କୁ ଏପରି ଯାଦୁ ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆପଣ ବି ଟ୍ରାଏ କରି ଦେଖନ୍ତୁ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ସମୟରେ ଭାରତ କିମ୍ବା ବିଦେଶ ଯାତ୍ରା ସମୟରେ ଛୋଟ ଛୋଟ ପିଲାଙ୍କୁ ଭେଟିବା ସହ ସେମାନଙ୍କ ସହ ହସ ମଜା କରିଥାନ୍ତି । ପିଲାଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥାଏ । ଏହି କ୍ରମରେ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ମୋଦୀ ନିଜ କପାଳରେ କଏନ୍ ରଖି ପିଲାଙ୍କୁ ଯାଦୁ ଦେଖାଉଛନ୍ତି ।

ଘଟଣାଟି ହେଉଛି ପ୍ରଧାନମନ୍ତ୍ରୀ ଆବାସରେ ମୋଦୀ ଏକ ପରିବାର ସହ ସାକ୍ଷାତ କରିଛନ୍ତି । ପରିବାରର ଦୁଇ ଶିଶୁ ମଧ୍ୟ ମୋଦୀଜୀଙ୍କୁ ଭେଟିବାକୁ ଆସିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ମିଶିବା ସହ ଖୁବ୍ ମଜା କରିଥିଲେ । ପିଲାମାନଙ୍କୁ ଖୁସି କରିବା ସହ ସେ ସେମାନଙ୍କ ସହ ଖେଳିବା ଆରମ୍ଭ କରିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ ଦୁଇ ଶିଶୁଙ୍କର କାନ ଧରି ହଲାଇଥିଲେ । ଏହାପରେ ଏକ କଏନକୁ କପାଳରେ ଚିପକାଇ ସେମାନଙ୍କ ସହ ଖେଳିଥିଲେ । ଏହାକୁ ପିଲାମାନେ ଯାଦୁ ବୋଲି ଭାବି ନେଇଥିଲେ । ପ୍ରଧାନମନ୍ତ୍ରୀ ପିଲାଙ୍କ ଦ୍ୱାରା ମଧ୍ୟ ଏହା କରାଇଥିଲେ ।

ଏହି ଭିଡିଓକୁ ବିଜେପି ଏହାର ଅଫିସିଆଲ ଏକ୍ସ ଆକାଉଣ୍ଟରେ ସେୟାର କରିଛି । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଭିଡିଓକୁ ଲୋକମାନେ ଜୋରଦାର ଲାଇକ୍ ଓ ରିପୋଷ୍ଟ ବି କରୁଛନ୍ତି ।

Get real time updates directly on you device, subscribe now.