fbpx

ସରକାର ନିର୍ମାଣ କରିବେ କୋଟି କୋଟି ଘର, ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କ ପୂରା ହେବ ଶସ୍ତା ଗୃହର ସ୍ୱପ୍ନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଅର୍ବାନ ୨.୦ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ଅନୁଯାୟୀ, କେନ୍ଦ୍ର ସରକାର ସହରାଞ୍ଚଳର ଗରିବ ଏବଂ ମଧ୍ୟବିତ୍ତ ପରିବାର ପାଇଁ ଏକ କୋଟି ଶସ୍ତା ଘର ନିର୍ମାଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ବୈଠକରେ ଶୁକ୍ରବାର ଦିନ ଏହି ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ସରକାର ୨.୩୦ ଲକ୍ଷ କୋଟି ଟଙ୍କାର ସବସିଡି ଦେବେ । ଏହି ଯୋଜନା ଅନୁଯାୟୀ, ସରକାର ସହର ଅଞ୍ଚଳରେ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳର ପ୍ରଥମ ଯୋଜନାରେ ୧.୧୮ କୋଟି ଘର ନିର୍ମାଣ କରିବାକୁ ମଞ୍ଜୁରୀ ଦେଇଥିଲେ । ଏଥିରେ ୮୫.୫ ଲକ୍ଷ ଘର ନିର୍ମାଣ ହୋଇସାରିଛି । ଏହା ବ୍ୟତୀତ କ୍ରେଡିଟ ରିସ୍କ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟରେ ବର୍ତ୍ତମାନ ସରକାର ୩୦୦୦ କୋଟି ଟଙ୍କା ଦେବେ । ପ୍ରଥମେ ଏହି ସଂଖ୍ୟା ୧୦୦୦ କୋଟି ଟଙ୍କା ଥିଲା । ଏହା ଅନୁ୍‌ାୟୀ, ବ୍ୟାଙ୍କ ଏବଂ ହାଉସିଙ୍ଗ ଫାଇନାନ୍ସ କମ୍ପାନୀଗୁଡିକୁ ସାହାଯ୍ୟ କରାଯାଏ, ଯାହାଦ୍ୱାରା ସେ ଆର୍ଥିକ ଭାବେ ଦୁର୍ବଳ ଲୋକଙ୍କୁ ଘର ନିର୍ମାଣ ପାଇଁ ଅର୍ଥ ଦେଇପାରିବେ । ଏହି ଫଣ୍ଡର ମ୍ୟାନେଜମେଣ୍ଟ ବର୍ତ୍ତମାନ ନେସନାଲ ହାଉସିଙ୍ଗ ବ୍ୟାଙ୍କ ପରିବର୍ତ୍ତେ ନେସନାଲ କ୍ରେଡିଟ ଗ୍ୟାରେଣ୍ଟି କମ୍ପାନୀ କରିବ ।

ଏହି ଯୋଜନାର ଲାଭ କେବଳ ସେହିମାନେ ଉଠାଇପାରିବେ, ଯାହା ପାଖେ ବର୍ତ୍ତମାନ ପକ୍କା ଘର ନାହିଁ । ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଇଡବ୍ଲୁଏସ, ୩ ରୁ୬ ଲକ୍ଷ ଟଙ୍କା ରୋଜଗାର କରୁଥିବା ଏଲଆଇଜି ଏବଂ ୬ରୁ ୯ ଲକ୍ଷ ଟଙ୍କା ରୋଜଗାର କରୁଥିବା ଏମଆଇଜି କାଟାଗୋରୀରେ ଗଣାଯିବେ । ସ୍କିମ ଅନୁଯାୟୀ ଜମି ନ ଥିଲେ ଆପଣଙ୍କୁ ରାଜ୍ୟ ସରକାର ବା କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ଫ୍ଲାଟ ମଧ୍ୟ ପ୍ରଦାନ କରାଯିବ । ଏଥର ଯୋଜନାରେ ରେଣ୍ଟାଲ ହାଉସିଙ୍ଗକୁ ମଧ୍ୟ ସାମିଲ କରାଯାଇଛି । ଏଥିରେ ଯଦି ଆପଣ ଘର କିଣିବା ବା ନିର୍ମାଣ କରିବାକୁ ଚାହୁଁନାହାନ୍ତି ତେବେ ଆପଣ ଭଡାରେ ଏହାକୁ ନେଇପାରିବାର ବିକଳ୍ପ ମଧ୍ୟ ରହିବ ।

Get real time updates directly on you device, subscribe now.