ପିଏମ ମୋଦୀ ସେୟାର କଲେ ସୁନୀତା ୱିଲିୟମ୍ସଙ୍କ ଫଟୋ, କହିଲେ- ‘ପୃଥିବୀ ତୁମକୁ..’
ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ମହାକାଶ ଯାତ୍ରା କରି ଫେରିଛନ୍ତି । ଏହି ଅବସରରେ ପିଏମ ମୋଦୀ ତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ।
ନୂଆଦିଲ୍ଲୀ: ୯ ମାସ ମହାକାଶରେ ରହିବା ପରେ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପୁଥିବୀକୁ ଫେରିଛନ୍ତି । ତେବେ ମହାକାଶରୁ ଫେରିବା ପରେ ସୁନୀତା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ସାରା ଦୁନିଆ ଅଭିନନ୍ଦନ ଜଣାଇଛି । ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଦୃଢତାର ବାସ୍ତବ ଅର୍ଥ: ପିଏମ ମୋଦୀ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନୀତା ୱିଲିୟମ୍ସଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ, ଆପଣଙ୍କୁ ସ୍ୱାଗତ, #Crew9! ପୃଥିବୀ ତୁମକୁ ମନେପକାଇଛି । ଏହା ସେମାନଙ୍କର ଧର୍ଯ୍ୟ, ସାହସ ଏବଂ ଅସୀମ ମାନବୀୟ ଭାବନାର ପରୀକ୍ଷା ।
ସୁନୀତା ୱିଲିୟମ୍ସ ଏବଂ #Crew9 ମହାକାଶଚାରୀ ପୁଣିଥରେ ଆମକୁ ଦେକାଛନ୍ତି ଦୃଢତାର ପ୍ରକୃତ ଅର୍ଥ କଣ । ସେମାନଙ୍କର ଅତୁଟ ଦୃଢତା ସଂକଳ୍ପ ସର୍ବଦା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିବ ।
ସୁନୀତା ୱିଲିୟମ୍ସ ଜଣେ ଆଇକନ: ପିଏମ ମୋଦୀ ଆଗକୁ ଲେଖିଛନ୍ତି,“ସ୍ପେସ ରିସର୍ଚ୍ଚର ଅର୍ଥ ମାନବୀୟ କ୍ଷମତାର ସୀମାକୁ ଆଗକୁ ବଢାଇବା, ସ୍ୱପ୍ନ ଦେଖାଇବାର ସାହସ କରିବା ଏବଂ ସ୍ୱପ୍ନକୁ ବାସ୍ତବତାରେ ପରିବର୍ତ୍ତନ କରିବାର ସାହସ ରଖିବା ।
ସୁନୀତା ଜଣେ ପଥପ୍ରଦର୍ଶକ ଏବଂ ଜଣେ ଆଇକନ, ସେ ନିଜ ଜୀବନରେ ସୁରକ୍ଷିତ ଭାବେ ମହାକାଶରୁ ଫେରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ।”