fbpx

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପିଏମ ନରେନ୍ଦ୍ର ମୋଦୀ

ଓଡ଼ିଶା ଭାସ୍କର: ଆଜି ଲୋକସଭା ଏବଂ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୫୪୩ଟି ଲୋକସଭା ସିଟରୁ ଏନଡିଏ ମେଣ୍ଟ ୨୯୦, ଇଣ୍ଡିଆ ମେଣ୍ଟ ୨୩୫ ଏବଂ ଅନ୍ୟାନ୍ୟ ଦଳ ୧୮ଟି ସିଟ ହାସଲ କରିଛନ୍ତି । ସେହିପରି ଓଡ଼ିଶା ବିଧାନସଭା ନିର୍ବାଚନରେ ୧୪୭ଟି ସିଟ ମଧ୍ୟରୁ ବିଜେପି ୭୯ଟି, ବିଜୁ ଜନତା ଦଳ ୫୦ଟି ସିଟ୍‌, କଂଗ୍ରେସ ୧୪ଟି ସିଟ ଜିତିଥିବା ବେଳେ ଅନ୍ୟାନ୍ୟ ସ୍ୱାଧୀନ ପ୍ରାର୍ଥୀ ଦଳ ୪ଟି ସିଟରେ ବିଜୟ ହାସଲ କରିଛନ୍ତି । ଏଥିରୁ ଓଡ଼ିଶା ଲୋକସଭା ଆସନ ୨୧ରୁ ୧୯ଟି ସିଟରେ ବିଜେପି ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଧନ୍ୟବାଦ ଓଡ଼ିଶା । ଉତ୍ତମ ଶାସନ ଏବଂ ଓଡ଼ିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହା ଏକ ପୁନର୍ବାର ବିଜୟ । ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡ଼ିଶାକୁ ପ୍ରଗତିର ନୂତନ ଉଚ୍ଚତାରେ ନେବା ପାଇଁ ବିଜେପି କୌଣସି ପଥକୁ ଛାଡିବ ନାହିଁ । ଦଳର କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ମୁଁ ଗର୍ବିତ ।

Get real time updates directly on you device, subscribe now.