fbpx

ଆଜି ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ, ଟ୍ରେନରେ ୧୦ ଘଣ୍ଟାର ଯାତ୍ରା ପରେ ପହଞ୍ଚିବେ କିଭରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡରେ ଦୁଇଦିନ ଗସ୍ତ ସାରି ଆଜି ଅର୍ଥାତ ଶୁକ୍ରବାର ଦିନ ସେ ୟୁକ୍ରେନ ଗସ୍ତ କରିବେ। ରାଷ୍ଟ୍ରପତି ଭୋଲୋଦିମୀର ଜେଲେନକ୍ସିଙ୍କ ନିମନ୍ତ୍ରଣରେ ୟୁକ୍ରେନ ଯିବାକୁ ନେଇ ପିଏମ ମୋଦୀ କହିଛନ୍ତି ଯେ, ‘ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ ୟୁକ୍ରେନର ନେତାଙ୍କ ସହ ମୁଁ ଆଲୋଚନା କରିବି।’ ସେ ମସ୍କୋ ଯାତ୍ରାର ଛଅ ସପ୍ତାହ ପରେ ୟୁକ୍ରେନ ଗସ୍ତ କରୁଛନ୍ତି, ତେଣୁ ଏହାକୁ ନେଇ ଆମେରିକା ଏବଂ ତାର କିଛି ପଶ୍ଚିମ ସହଯୋଗୀମାନେ ଆଲୋଚନା କରିଛନ୍ତି। ୧୯୯୧ରେ ୟୁକ୍ରେନ ସ୍ୱାଧୀନତା ପାଇବା ପରେ, ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ୟୁକ୍ରେନକୁ ପ୍ରଥମ ଗସ୍ତ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଏବଂ ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ କଥାବାର୍ତ୍ତା ହେବାକୁ ଅପେକ୍ଷା କରିଛି। ସେ କହିଛନ୍ତି, ‘ଏକ ବନ୍ଧୁ ଏବଂ ଏକ ସାଥି ହିସାବରେ, ଆମେ ଏହି ମାମଲାରେ ଶୀଘ୍ର ଶାନ୍ତି ଏବଂ ସ୍ଥିରତାକୁ ଫେରାଇ ଆଣିବାକୁ ଆଶା ରଖିଛୁ।’ ପ୍ରଧାନମନ୍ତ୍ରୀ ମୋଦୀ କଡା ସୁରକ୍ଷା ମଧ୍ୟରେ ଟ୍ରେନରେ ୟୁକ୍ରେନର ରାଜଧାନୀ କିଭକୁ ଯାତ୍ରା କରୁଛନ୍ତି, ସେଠାରେ ପହଞ୍ଚିବା ପାଇଁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିବ।

Get real time updates directly on you device, subscribe now.