fbpx

ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବଡ଼ ସୂଚନା: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର ପ୍ରଥମ ଥର କ୍ଷମତାକୁ ଆସିବା ପରେ ନିର୍ବାଚନୀ ପ୍ରସ୍ତୁତି ପୂରଣ କରିବା ଆରମ୍ଭ କରିଛି । ଏହା ମଧ୍ୟରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିବେ । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ବାବଦରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କର ଜନ୍ମ ଦିବସ ପଡ଼ୁଥିବାରୁ ଏହି ଶୁଭଦିନରେ ପିଏମ୍ ମୋଦୀ ରାଜ୍ୟବାସୀଙ୍କୁ ଏକ ଭେଟି ଦେବେ ।

ସୁଭଦ୍ରା ଯୋଜନାରେ ସର୍ବାଧିକ ହିତାଧିକାରୀ ରହିବେ । ଏନେଇ ୧୫ ତାରିଖରେ ଏସଓପି ଜାରି କରାଯିବ । ଜନସାଧାରଣଙ୍କ ତରଫରୁ ମତାମତ ନିଆଯିବା ପରେ ଏସଓପିକୁ ସାର୍ବଜନିନ କରାଯିବ । ରାଜ୍ୟର ମହିଳାମାନଙ୍କ ବିକାଶ ପାଇଁ ଯାହା ସବୁ ଆବଶ୍ୟ, ତାହାକୁ ରାଜ୍ୟ ସରକାର ପୂରଣ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ ବୋଲି ଗତ ମାସରେ ଦିଲ୍ଲୀ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ ଅବସରରେ କହିଥିଲେ ।

ଏହି ଯୋଜନାର ଶୁଭାରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ଶୁଭାରମ୍ଭ ଦିବସରେ ୫ ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ପ୍ରଦାନ କରଯିବ । ଏହି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷ ପାଇଁ ୫୦ ହଜାର ଟଙ୍କାର ଭାଉଚର ଯୋଗାଇ ଦିଅଯିବ । ଉକ୍ତ ଭାଉଚରକୁ ମହିଳାମାନେ ନିଜ ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ ।

Get real time updates directly on you device, subscribe now.