fbpx

ଆଜି ଲୁମ୍ବିନି ଗସ୍ତରେ ଯିବେ ମୋଦି, ଭଗବାନ ବୁଦ୍ଧ ଜୟନ୍ତୀ ଉତ୍ସବରେ ଯୋଗ ଦେବେ

ନୂଆଦିଲ୍ଲୀ: ଆଜି ନେପାଳର ଲୁମ୍ବିନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ମୁଁ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ ୨୦୨୨ ରେ ନେପାଳର ଲୁମ୍ବିନି ଗସ୍ତ କରିବି । ବୁଦ୍ଧ ଜୟନ୍ତୀର ଶୁଭ ଅବସରରେ ମୁଁ ମାୟାଦେବୀ ମନ୍ଦିରରେ ପ୍ରାର୍ଥନା କରିବାକୁ ଅପେକ୍ଷା କରିଛି । ଭଗବାନ ବୁଦ୍ଧଙ୍କ ଜନ୍ମର ପବିତ୍ର ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପଦାଙ୍କ ଅନୁସରଣ କରି ନିଜକୁ ଗୌରବାନ୍ୱିତ ମନେ କରୁଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଗତ ମାସରେ ତାଙ୍କର ଭାରତ ଗସ୍ତ ସମୟରେ ଆମର ଫଳପ୍ରଦ ଆଲୋଚନା ପରେ ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ଦେଓବାଙ୍କୁ ଭେଟିବାକୁ ଅପେକ୍ଷା କରିଛି । ଜଳବିଦ୍ୟୁତ୍‌, ବିକାଶ ଏବଂ ସଂଯୋଗୀକରଣ ସହିତ ଏକାଧିକ କ୍ଷେତ୍ରରେ ସହଯୋଗକୁ ବିସ୍ତାର କରିବାକୁ ଆମେ ଆମର ସହଭାଗୀ ବୁଝାମଣା ଆଦାନ ପ୍ରଦାନକୁ ମଜବୁତ ପାଇଁ କାର୍ଯ୍ୟ ଜାରି ରଖିବୁ ।

Get real time updates directly on you device, subscribe now.