fbpx

ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନବବର୍ଷର ଶୁଭେଚ୍ଛା

ନୂଆଦିଲ୍ଲୀ, ୧ା୧: ଆଜିଠାରୁ ନବବର୍ଷ-୨୦୨୧ । ପୁରୁଣା ବର୍ଷ ୨୦୨୦କୁ ବିଦାୟ ଦେଇ ଆମେ ଆଜି ଏକ ନୂତନ ବର୍ଷରେ ପାଦ ଦେଇଛେ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଷ୍ଟ୍ରପତି ଦେଶବାସୀଙ୍କୁ ଟ୍ୱିଟ କରି ଶୁଭକାମନା ଜଣାଇବା ଅବସରରେ ଶାନ୍ତି ଓ ସଦଭାବନା ସହ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସୁସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି ।

Get real time updates directly on you device, subscribe now.