fbpx

ଆଜି ରାଜ୍ୟସଭାରେ ଅଭିଭାଷଣ ଦେବେ ମୋଦି: କୃଷି ଆଇନ ନେଇ ରଖିବେ ଉତ୍ତର

ନୂଆଦିଲ୍ଲୀ, ୮ା୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଅଭିଭାଷଣ ଦେବେ । ଏହି ଅବସରରେ ମୋଦି କୃଷି ଆଇନ ଉପରେ ନିଜର ଉତ୍ତର ରଖିବେ । ତେବେ କୃଷି ଆଇନକୁ ପ୍ରତ୍ୟାହାର ନ କରିବା ନେଇ ପୂର୍ବରୁ ସରକାର ସ୍ପଷ୍ଟ କରିସାରିଛନ୍ତି ।

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଆଜିର ଅଭିଭାଷଣ ପରେ କୃଷି ଆଇନର ଆଭିମୁଖ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ତେବେ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭାରେ ସମ୍ବୋଧନ ଅବସରରେ କିଛି ସଦସ୍ୟ ଏହାକୁ ବୟକଟ୍ କରିବାର ସମ୍ଭାବନା ରହିଛି । କୃଷି ଆଇନକୁ ନେଇ ବିରୋଧୀ ଦଳମାନେ ପ୍ରଥମରୁ ସରକାରଙ୍କୁ ଆକ୍ରମଣ କରିଆସୁଛନ୍ତି । କୃଷି ଆଇନ ଉପରେ ଗୃହରେ ଆଲୋଚନା କରିବା ପାଇଁ ପୂର୍ବରୁ କଂଗ୍ରେସ ଦଳ ଦାବି କରିଆସୁଛି । ଆଜି ୧୭ଟି ବିପକ୍ଷ ଦଳ ପକ୍ଷରୁ ଏକ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ଦଳମାନେ ମହାମେଣ୍ଟରେ କିଛି ରଣନୀତି ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.