କେନ୍ଦ୍ର ସରକାରଙ୍କ ଖାସ୍ ଯୋଜନା; ସମୟ ପୂର୍ବରୁ ଲୋନ୍ ଶୁଝିଲେ ମିଳିବ ସବସିଡିର ଫାଇଦା, ଜାଣନ୍ତୁ କେତେ ପ୍ରତିଶତ

ନୂଆଦିଲ୍ଲୀ: କରୋନା ଯୋଗୁଁ ଆର୍ଥିକ ପରିସ୍ଥିତିରେ ଅଧିକ ପ୍ରଭାବ ପଡିଛି । କରୋନା କାଳରେ ରାସ୍ତାଘାଟ ବିକ୍ରେତାଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି (PM SVANidhi) ଯୋଜନା ଆଣିଥିଲେ । ଏହି ଯୋଜନା ଅଧିନରେ ବର୍ଷକ ପାଇଁ ସାଧାରଣ ସୁଧରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଉଛି । ଏହା ସହିତ ଯଦି ଆପଣ ସମୟ ପୂର୍ବରୁ ଲୋନ୍ ପରିଶୋଧ କରିବେ, ତେବେ ସୁଧ ଉପରେ ଆପଣଙ୍କୁ ୭ ପ୍ରତିଶତର ସବସିଡି ଦେବେ ସରକାର । ସବସିଡିର ଟଙ୍କା ପ୍ରତି ୩ ମାସରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ ।

ଉଦାହରଣ ସ୍ୱରୂପ ଆପଣ ୧୦ ହଜାର ଟଙ୍କା ଋଣ ନେଇଛନ୍ତି । ଯଦି ସମସ୍ତ ୧୨ଟି କିସ୍ତି ଠିକ୍ ସମୟରେ ଦେଇଦେଲେ , ତେବେ ଆପଣଙ୍କୁ ସବସିଡି ଉପରେ ୪୦୦ ଟଙ୍କା ମିଳିବ । ଯଦି ଆପଣ ଲୋନ୍ ଠିକ୍ ସମୟରେ ବା ସମୟ ପୂର୍ବରୁ ପରିଶୋଧ କରନ୍ତି, ତେବେ ପରବର୍ତ୍ତୀ ସମୟରେ ଆବେଦନ ପାଇଁ ଆପଣ ଯୋଗ୍ୟ ସାବ୍ୟସ୍ତ ହେବେ । ଅନ୍ୟପଟେ ଡିଜିଟାଲ କାରବାର ଉପରେ ସରକାର କ୍ୟାସବ୍ୟାକର ଅଫର ମଧ୍ୟ ଦେଉଛନ୍ତି ।

ତେବେ ଲୋନ୍ ପାଇଁ ଆପଣ ଅନଲାଇନ୍ ମାଧ୍ୟମରେ ବି ଆବେଦନ କରିପାରିବେ । ଅନଲାଇନ୍ ଲିଙ୍କ ହୋଇଛି- https://pmsvanidhi.mohua.gov.in/। ଏହି ଲିଙ୍କକୁ ଯାଇ ଆପଣଙ୍କୁ ମୋବାଇଲ ନମ୍ବର ପଞ୍ଜିକୃତ କରିବାକୁ ପଡିବ । ଏହା ପରେ ଆପଣ ଷ୍ଟେପ୍ ପରେ ଷ୍ଟେପ୍ ଯାଇ ଆବେଦନ ପୂରଣ କରିପାରିବେ । କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ବି ଅପଲୋଡ କରିବାକୁ ପଡିପାରେ । ଆପଣ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ଏହି ଯୋଜନାର ଲାଭ ଉଠାଇପାରିବେ ।