fbpx

Olympics-2024 ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ: ସ୍ୱାଧୀନତା ଦିବସ ଅବସରରେ ହେବ ଭେଟଘାଟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ବିଜୟୀ ହେବା ପରେ ଭାରତକୁ ଫେରିଛନ୍ତି କ୍ରୀଡ଼ାବିତ୍ । ଏବେ ଭାରତରେ ପଦକବୀରମାନଙ୍କୁ ଭାରତରେ ଭବ୍ୟ ସ୍ୱାଗତ କରାଯାଉଛି । ତେବେ ଏହାଭିତରେ ଅଲିମ୍ପିକ୍ସ ପଦକ ବିଜେତାମାନଙ୍କୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପଦକବିଜେତାଙ୍କୁ ଭେଟିବେ । ଭାରତ ଚଳିତବର୍ଷ ଅଲିମ୍ପକ୍ସରେ ଗୋଟିଏ ରୌପ୍ୟ ପଦକ ସହିତ ମୋଟ ୫ଟି କାଂସ୍ୟ ପଦକ ବିଜୟୀ ହୋଇଛି ।

ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଅଂଶଗ୍ରହଣ କରିଥିବା ଭାରତୀୟ ଟିମକୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଗଷ୍ଟ ୧୫ ତାରିଖ ସ୍ୱତନ୍ତ୍ରତା ଦିବସ ଅବସରରେ ମୋଦୀ ଏହି ଭାରତ ପାଇଁ ଗୌରବ ଆଣିଥିବା ଆଥଲେଟ୍ ମାନଙ୍କ ସହ ଭେଟ କରିବେ । ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ଏହି କାର୍ଯ୍ୟକ୍ରମ ରଖାଯାଇଛି । ଜୁଲାଇ ୨୬ ତାରିଖରୁ ଆରମ୍ଭ ହୋଇଥିବା ପ୍ୟାରିସ ଅଲିମ୍ପକ୍ସ ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଛି । ଏହି ଇଭେଣ୍ଟ ପାଇଁ ଭାରତର ୧୧୭ ଜଣିଆ ଟିମ୍ ପ୍ୟାରିସ ଗସ୍ତ କରିଥିଲେ । ତେବେ ଏଥିରୁ ଅଧିକାଂଶ ଆଥଲେଟ୍ ନିଜ ପଦକ ହାସଲ କରିବା ଚେଷ୍ଟାରେ ବିଫଳ ହୋଇଥିଲେ । କିନ୍ତୁ ମନୁ ଭାକର, ନୀରଜ ଚୋପ୍ରାଙ୍କ ସହ ହକି ଟିମ୍ ଏବଂ ଅନ୍ୟ କିଛି କ୍ରୀଡ଼ାରେ ଭାରତ ମୋଟ ୬ଟି ପଦକ ଉପରେ ଅକ୍ତିଆର କରିଛି ।

ତେବେ ଭାରତ ତରଫରୁ ୨ ଥର ଅଲିମ୍ପିକ୍ସ ପଦକ ବିଜେତା ତଥା ହକି ଟିମର ଗୋଲକିପର ପି.ଆର ଶ୍ରୀଜେଶ ଏବଂ ଶୁଟର ମନୁ ଭାକର ଇଭେଣ୍ଟର ସମାପନ ସମାରୋହରେ ଭାରତର ଧ୍ୱଜାବାହକ ପାଲଟିଛନ୍ତି । ପୁରୁଷ ହକି ଦଳ ମଧ୍ୟ ପ୍ୟାରିସରେ ଥିଲା। ଏଭଳି ପରିସ୍ଥିତିରେ ମଙ୍ଗଳବାର (୧୩ ଅଗଷ୍ଟ) ସକାଳେ ଏହି ସମସ୍ତ ଆଥଲେଟ୍ ଏବଂ ଭାରତୀୟ ଦଳ ଦେଶକୁ ଫେରିବେ। ତେବେ ପ୍ୟାରିସରେ ଏକମାତ୍ର ରୌପ୍ୟ ପଦକ ଜିତିଥିବା ଷ୍ଟାର ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରା ଭାରତକୁ ପ୍ରତ୍ୟାବର୍ତ୍ତନ କରିବେ ନାହିଁ । ପ୍ରାୟ ଏକ ମାସ ପରେ ନୀରଜ ଚୋପ୍ରା ତାଙ୍କ ଘରକୁ ଫେରିବେ। ନୀରଜ ଚୋପ୍ରା ଡାକ୍ତରୀ ପରାମର୍ଶ ପରେ ସିଧାସଳଖ ପ୍ୟାରିସରୁ ଜର୍ମାନୀ ଯାଇଛନ୍ତି। ହର୍ନିଆରେ ପୀଡିତ ନୀରଜଙ୍କୁ ଡାକ୍ତରୀ ଚେକଅପ୍ ପରେ ଆବଶ୍ୟକ ହେଲେ ସେଠାରେ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହେବ। ଏହାପରେ ନୀରଜ ପ୍ରାୟ ଏକ ମାସ ଜର୍ମାନୀରେ ରହିବା ପରେ ଘରକୁ ଫେରିବେ।

Get real time updates directly on you device, subscribe now.