fbpx

ଅଗ୍ନିପଥ ସ୍କିମ୍: ଆସନ୍ତାକାଲି ତିନି ସେନାମୁଖ୍ୟଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବର୍ତ୍ତମାନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ଯୋଜନାକୁ ହଟାଯିବ ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସ୍ଥଳସେନା, ବାୟୁସେନା ଓ ନୌସେନା ମୁଖ୍ୟଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ତିନି ସେନା ମୁଖ୍ୟଙ୍କ ସହ ଅଲଗା ଅଲଗା ସାକ୍ଷାତ କରିବେ ।

ତେବେ ମୋଦୀ ପ୍ରଥମେ ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାରଙ୍କୁ ଭେଟିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ତିନି ପ୍ରତିରକ୍ଷା ସେବା ପକ୍ଷରୁ ନୂଆ ସୈନ୍ୟ ଯୋଜନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ଅଧିସୂଚନା ଜାରି କରାଯାଇଛି । ଆସନ୍ତା ମାସଠାରୁ ଅନଲାଇନରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେନାର ନୋଟିଫିକେସନରୁ ଜଣାପଡ଼ିଛି ।

ଅଗ୍ନିବୀରଙ୍କ ପାଇଁ ଭାରତୀୟ ସେନାରେ ଏକ ଅଲଗା ରାଙ୍କ ତିଆରି ହେବ । ଏହାଫଳରେ ଅଗ୍ନିବୀରଙ୍କୁ ଏକ ଭିନ୍ନ ପରିଚୟ ମିଳିବ । ନିଜର ସେବା କାଳରେ ଅଗ୍ନିବୀରମାନେ ନିଜର ପୋଷାକରେ ‘ବିଶିଷ୍ଟ ପ୍ରତୀକ ଚିହ୍ନ’ ପରିଧାନ କରିବେ । ଏନେଇ ବିସ୍ତୃତ ସୂଚନା ଜାରି କରାଯିବ । ସ୍ଥଳସେନା, ନୌସେନା ଓ ବାୟୁସେନାର ଅଗ୍ନିବୀରଙ୍କ ପାଇଁ ଭିନ୍ନ ଭିନ୍ନ ବ୍ୟାଜ୍ ରହିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.