PNB ଗ୍ରାହକଙ୍କ ପାଇଁ ଖୁସି ଖବର! ଏହି ନମ୍ବରକୁ କଲ୍ କଲେ ମିଳିବ ବଡ ଫାଇଦା: ସେଭ୍ କରି ନିଅନ୍ତୁ…

ନୂଆଦିଲ୍ଲୀ: ପଞ୍ଜାବ ନେସନାଲ ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଏକ ବଡ ଖୁସି ଖବର । ଘରେ ବସି ଆପଣ ନିଜ ମୋବାଇଲରେ ବ୍ୟାଙ୍କର ବିଭିନ୍ନ ସୁବିଧା ପାଇପାରିବେ । ମାତ୍ର ଗୋଟିଏ ଫୋନ କଲ୍ ରେ ଏହି ବ୍ୟାଙ୍କ ସହ ଜଡିତ କିଛି ସୁବିଧା ଆପଣ ହାସଲ କରିପାରିବେ । ଏ ନେଇ PNB ବ୍ୟାଙ୍କ ତରଫରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ମୋବାଇଲରେ ବ୍ୟାଙ୍କିଙ୍ଗର ସୁବିଧା ପାଇପାରିବେ ଗ୍ରାହକ । ଯାହାକୁ ନେଇ ଅଫିସିଆଲ ଟ୍ୱିଟରେ ଲେଖିଛି ପଞ୍ଜାବ ନେସନାଲ ବ୍ୟାଙ୍କ । ବ୍ରାଞ୍ଚକୁ ନ ଯାଇ ମଧ୍ୟ ଗୋଟିଏ ନମ୍ବରରେ କଲ୍ କରି ଆପଣ ବ୍ୟାଙ୍କର କିଛି ସୁବିଧା ହାସଲ କରିପାରିବେ । ତେବେ କେଉଁ ନମ୍ବରରେ ଆପଣଙ୍କୁ କେଉଁ ସୁବିଧା ହାସଲ ମିଳିପାରିବ ତାହାତୁ ଏବେ ହିଁ ଆପଣ ନିଜ ମୋବାଇଲରେ ସେଭ୍ କରି ନିଅନ୍ତୁ ।

ପିଏନବି ତରଫରୁ କିଛି ଖାସ ନମ୍ବର ଜାରି କରାଯାଇଛି । ଯାହାଦ୍ୱାରା ଗ୍ରାହକମାନେ ଫୋନ କଲ୍ ମାଧ୍ୟମରେ ହିଁ ବିଭିନ୍ନ ସୁବିଧା ପାଇପାରିବେ ।
1800 180 2222
1800 103 2222
Tolled No. 0120-2490000
Landline : 011-28044907
ଏହାବ୍ୟତୀତ ଗ୍ରାହକମାନେ ଇ-ମେଲ ମାଧ୍ୟମରେ ବି ଗ୍ରାହକମାନେ ଏହି ସେବା ପାଇପାରିବେ । ବ୍ୟାଙ୍କର ଇ-ମେଲ ଆଇଡି care[at]pnb[dot]co[dot]in ମାଧ୍ୟମରେ ସମ୍ପର୍କ କରିପାରିବେ । ଡେବିଟ କାର୍ଡ ଇସ୍ୟୁ କିମ୍ବା ବ୍ଲକ କରିବା, ବାଲାନ୍ସ ଇନକ୍ୟଆରୀ କରିବା, ଶେଷ ୫ଟି ଟ୍ରାଞ୍ଜାକ୍ସନ ବିଷୟରେ ଜାଣିବା ଇତ୍ୟାଦି ଏହି ନମ୍ବର ମାଧ୍ୟମରେ ହୋଇପାରିବ । ସେହିପରି ଚେକବୁକର ରିକ୍ୱେଷ୍ଟ ଏବଂ ଷ୍ଟାଟସ ଚେକ କରିବା ସହିତ ପେମେଣ୍ଟ ଚେକ କରିପାରିବେ ଗ୍ରାହକ । ଏହା ସହିତ କାର୍ଡ ଟ୍ରାଞ୍ଜାକ୍ସନକୁ ଏନେବଲ/ଡିଜାବଲ କରିବା ଏବଂ ଆକାଉଣ୍ଟ ଫ୍ରିଜ କରିବା ପାଇଁ ହେଉ କି ଡେବିଟ କାର୍ଡ ଟ୍ରାଞ୍ଜାକ୍ସନ ଲିମିଟ ଅପଡେଟ କରିବା ସହିତ UPI/IBS/MBS କୁ ବ୍ଲକ କରିପାରିବେ ବ୍ୟାଙ୍କର ଗ୍ରାହକ ।