ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆର ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଆକାଉଣ୍ଟ ସମସ୍ତଙ୍କ ନିକଟରେ ରହିଛି । ବ୍ୟାଙ୍କ ଆକାଉଣ୍ଟର ବହୁତ ସାରା ଫାଇଦା ମିଳୁଥିବା ବେଳେ ବର୍ତ୍ତମାନ ଜନ ଧନ ଆକାଉଣ୍ଟରେ ମିଳିବାକୁ ଯାଉଛି ୨ ଲକ୍ଷ ଟଙ୍କାର ଫାଇଦା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ଏହି ସୁବିଧା ପ୍ରଦାନ କରାଯାଉଛି । ଗ୍ରାହକଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ପ୍ରଦାନ କରାଯାଉଥିବା ବେଳେ ରୁପେ କାର୍ଡରେ ପଇସା ଉଠାଇବା ସହିତ କିଣାକିଣି ମଧ୍ୟ କରି ପାରିବେ ।
ଏହି ଯୋଜନାକୁ ଅଧିକ ଲୋକପ୍ରିୟ କରିବା ପାଇଁ ସାଧାରଣ ସେଭିଙ୍ଗସ ଆକାଉଣ୍ଟକୁ ମଧ୍ୟ ଜନଧନ ଆକାଉଣ୍ଟରେ ରୂପାନ୍ତରିତ କରିବାର ସୁଯୋଗ ଦେଉଛି ପିଏନବି । ଜନଧନ ଆକାଉଣ୍ଟ ଥିବା ଗ୍ରାହକଙ୍କୁ ରୁପେ କାର୍ଡ ପ୍ରଦାନ କରାଯାଉଥିବା ବେଳେ ୨୮ ଅଗଷ୍ଟ ୨୦୧୮ ପୂର୍ବରୁ ଦିଆଯାଇଥିବା କାର୍ଡ ଉପରେ ୧ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ଏବଂ ୨୮ ଅଗଷ୍ଟ ୨୦୧୮ ପରବର୍ତ୍ତୀ କାର୍ଡ ଗୁଡିକ ପାଇଁ ୧ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ବ୍ୟବସ୍ଥା କରାଯାଇଛି ।
ଏହି ଯୋଜନାରେ କୌଣସି ଦୁର୍ଘଟଣା ହେଲେ ବୀମା ରାଶିର ସହାୟତା ପ୍ରଦାନ କରାଯିବ । ଭାରତ ବାହାରେ ଦୁର୍ଘଟଣା ହୋଇଥିଲେ ବି ଏହା ଉପରେ ବୀମା ରାଶି ପ୍ରଦାନ କରାଯିବ । ଏହା ସହିତ ଆକାଉଣ୍ଟଧାରକଙ୍କ ପ୍ରାଣହାନି ଘଟିଲେ ନୋମିନିଙ୍କୁ ମଧ୍ୟ ଅର୍ଥରାଶି ପ୍ରଦାନର ବ୍ୟବସ୍ଥା ରହିଛି । ଯଦି ଆପଣଙ୍କ ନିକଟରେ ଏହି ଆକାଉଣ୍ଟ ନାହିଁ ତେବେ ଆପଣ ସହଜରେ ଏହି ଆକାଉଣ୍ଟ ଖୋଲି ହେବ । ଏହି ଆକାଉଣ୍ଟ ଖୋଲିବା ପାଇଁ ବ୍ୟାଙ୍କ ଫର୍ମ ଭରିବାକୁ ପଡିବା ସହିତ ନାମ, ମୋବାଇଲ ନମ୍ବର, ବାର୍ଷିକ ଆୟ ଭଳି ସୂଚନା ପ୍ରଦାନ କରିବାକୁ ପଡିବ । ଏହାପରେ ଆପଣଙ୍କ ଜନଧନ ଆକାଉଣ୍ଟ ଖୋଲି ହେବ ।