ନୂଆଦିଲ୍ଲୀ: ବ୍ୟାଙ୍କିଂ ସେକ୍ଟରରେ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ବମ୍ବେ ମର୍କାଣ୍ଟାଇଲ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ (ବିଏମସି) ପକ୍ଷରୁ ପ୍ରୋବେସନାରୀ ଅଫିସର (ପିଓ), ଓ ଜୁନିୟର ଏଗଜିକ୍ୟୁଟିଭ (ଆସିଷ୍ଟାଣ୍ଟ (ଜେଇଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ମୋଟ ୧୩୫ଟି ପଦ ପୂରଣ ହେବ । ପିଓ ପାଇଁ ୬୦ଟି ଖାଲି ପଦ ରହିଥିବା ବେଳେ ଜେଇଏ ପାଇଁ ୭୫ଟି ଖାଲି ପଦ ରହିଛି ।
ନଭେମ୍ବର ୩୦ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୨୫ରେ ତାହା ସମାପ୍ତ ହେବ । ଡିସେମ୍ବର ୨୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନିଜର ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ । ଜାନୁଆରୀ ୯ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନିଜର ଆପ୍ଲିକେସନ ଫର୍ମ ପ୍ରିଣ୍ଟ କରିପାରିବେ । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍ ରହିଛି । ଚଳିତ ବର୍ଷ ନଭେମ୍ବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୫ ବର୍ଷ ହୋଇଥିବା ଆବଶ୍ୟକ ।
ଆବେଦନ ଲିଙ୍କ: https://ibpsonline.ibps.in/bmcpojan24/
ବିଜ୍ଞପ୍ତି ଲିଙ୍କ: https://bmcbankltd.com/