fbpx

ବଢ଼ୁଛି ଶିକାରୀଙ୍କ ଦୌରାତ୍ମ୍ୟ, ଗତ ୧୦ ବର୍ଷରେ ୨୫ ବାଘ ଓ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ବନ ବିଭାଗ ଅଧିକାରୀଙ୍କୁ ଚକମା ଦେଇ ବାଘ ଓ ହାତୀଙ୍କ ଶିକାର କରୁଛନ୍ତି ଶିକାରୀ । ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ହାତୀ ଓ ବାଘ । ବର୍ତ୍ତମାନ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି । ବିଗତ ୧୦ ବର୍ଷରେ ୨୫ ବାଘ ଓ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଥଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଗତ ୧୦ ବର୍ଷ ମଧ୍ୟରେ ୪୮ଟି କଲରାପତରିଆ ଏବଂ ୭ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ୨୫ଟି ବାଘଙ୍କୁ ଶିକାରୀମାନେ ହତ୍ୟା କରିଥିବା ଜଣାପଡ଼ିଛି । ବିଦ୍ୟୁତ ଆଘାତରେ ୪ଟି, ରେଳ ଦୁର୍ଘଟଣାରେ ୨ଟି, ରାସ୍ତା ଦୁର୍ଘଟଣାରେ ୩ଟି, ନଦୀ ନାଳରେ ବୁଡ଼ି ୬ଟି ବାଘଙ୍କର ମୃତ୍ୟୁ ହୋଇଛି । ସେହିଭଳି ଗତ ୧୦ ବର୍ଷ ମଧ୍ୟରେ ୪୧ଟି ହାତୀଙ୍କୁ ହତ୍ୟା କରାଯାଇଥିବା ବେଳେ ୭୧୯ଟି ହାତୀଙ୍କ ବିଭିନ୍ନ କାରଣ ପାଇଁ ମୃତ୍ୟୁ ହୋଇଛି । ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ହାତୀ ମଣିଷ ଲଢ଼େଇରେ ୧୧୪୫ ଜୀବନ ଯାଇଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

Get real time updates directly on you device, subscribe now.