ନୂଆଦିଲ୍ଲୀ: ପୋକୋ ବ୍ରାଣ୍ଡର ନୂଆ ଫୋନ୍ ପୋକେ ସି୭୫ ୫ଜି ଲଞ୍ଚ ହୋଇଛି । ଏହା ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁଥିବା ସବୁଠାରୁ ଶସ୍ତା ୫ଜି ଫୋନ୍ ଅଟେ । ଏହି ଫୋନ୍ ଏବେ ସିଧାସଳଖ ରେଡମୀ ଓ ଲାଭା ପରି ଫୋନ ସହ କଡ଼ା ମୁକାବିଲା କରିବ । ଭାରତରେ ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟଯୁକ୍ତ ସ୍ମାର୍ଟଫୋନର ଏକ ବଡ଼ ମାର୍କେଟ ରହିଛି । ଏହି ସେଗମେଣ୍ଟରେ ୫ଜି ଫୋନ୍ସର ଯଥେଷ୍ଟ ଅଭାବ ରହିଛି । ମାତ୍ର ଏହା ମଧ୍ୟରେ ଲୋ-ବଜେଟ ସେଗମେଣ୍ଟରେ ପୋକୋ ସି୭୫ ୫ଜି ଲଞ୍ଚ ହୋଇ ସାରିଛି । ଏହି ଫୋନ ଦେଶର ସବୁଠାରୁ ଶସ୍ତା ୫ଜି ଫୋନ ହୋଇଥିବା ବେଳେ ଏହା ୮ ହଜାର ଟଙ୍କାରୁ କମ୍ ଦାମରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି ।
ଏହି ଫୋନ ମାର୍କେଟରେ ରେଡମୀ ଓ ଲାଭା ପରି ସ୍ମାର୍ଟଫୋନ ନିର୍ମାଣକାରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଅବସରରେ ଡିସେମ୍ବର ୧୭ରେ ପୋପା ସି୭୫ ୫ଜି’କୁ ଲଞଚ୍ କରାଯାଇଛି । ଏହି ଫୋନର ଫିଚର୍ସ ଓ ଦାମକୁ ନେଇ ବହୁ ପୂର୍ବରୁ ସଙ୍କେତ ମିଳିସାରିଥିବା ବେଳେ ଏବେ ଲଞ୍ଚ ହେବା ପରେ ଫୋନର ସମ୍ପୂର୍ଣ୍ଣ ବିବରଣୀ ସାମ୍ନାକୁ ଆସିଛି । ପୋକୋ ସି୭୫ ପାଇଁ ଫ୍ଲିପକର୍ଟରେ ଏକ ଅଲଗା ମାଇକ୍ରୋସାଇଟ୍ ପ୍ରସ୍ତୁତ କରାଯାଇଛି । କମ୍ପାନୀ ଏହି ଫୋନକୁ ୮ ହଜାରରୁ କମ୍ ଟଙ୍କାରେ ଗ୍ରାହକଙ୍କୁ ଡେଲିଭର କରିବାକୁ ପ୍ରସ୍ତୁତ ଥିବା ଏହି ମାଇକ୍ରୋସାଇଟରୁ ସ୍ପଷ୍ଟ ହୋଇଛି । ଏହି ୫ଜି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ୮ ଜିବି ପର୍ଯ୍ୟନ୍ତ ରାମ ସପୋର୍ଟ ମିଳିବ, ଯେଉଁଥିରେ ୪ ଜିବି ଏକ୍ସପେଣ୍ଡେବଲ ରାମ ସପୋର୍ଟ ସାମିଲ ହେବ । ଏଥିରେ ୧୨୦ ହର୍ଟଜ ଅଡେଟିଭ୍ ରିଫ୍ରେଶ ରେଡ ସହିତ ୬.୮୮ଇଞ୍ଚ ଏଚଡି ପ୍ଲସ ଡିସପ୍ଲେ ଦିଆଯିବ, ଯାହାକୁ ୬୦୦ ନିଟସ ପୀକ ବ୍ରାଇଟନେସ ସପୋର୍ଟ ସହିତ ଆସିବ ।