ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରର ଏକ ଗଣଦୁଷ୍କର୍ମ ପୀଡିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାବୁକ ଅପିଲ୍ କରିଛନ୍ତି। ଏକ ଭିଡିଓ ସନ୍ଦେଶରେ ପୀଡିତା କହିଛନ୍ତି, ମୁଁ ଗତ ସାତ ବର୍ଷ ଧରି ନ୍ୟାୟ ପାଇଁ ଲଢେଇ କରୁଥିବା ଜଣେ ଗଣଦୁଷ୍କର୍ମ ପୀଡିତା। ପିଓକେ ପୋଲିସ, ସରକାର ଏବଂ ନ୍ୟାୟପାଳିକା ମୋତେ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ମୋ ଛୁଆମାନଙ୍କ ପ୍ରତି ବିପଦ ଥିବା ପୀଡିତା କହିଛନ୍ତି।
ଏକ ଭିଡିଓ ସନ୍ଦେଶରେ ପୀଡିତା ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରି ଦାବି କରିଛନ୍ତି ଯେ, ସ୍ଥାନୀୟ ନେତା ଚୌଧୁରୀ ତାରିକ ଫାରୁଦ ଏବଂ ପୋଲିସ ତାଙ୍କୁ ଏବଂ ତାଙ୍କ ପିଲାଙ୍କୁ ଜୀବନରେ ମାରି ପାରନ୍ତି। ପୀଡିତା କହିଛନ୍ତି, ଆମକୁ ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ ଅନୁମତି ପ୍ରଦାନ କରନ୍ତୁ। ମୋ ପିଲାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଉଛି। ଆମକୁ ଆଶ୍ରୟ ଏବଂ ସୁରକ୍ଷା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି।
ପୀଡିତା ୨୦୧୫ରେ ତାଙ୍କ ସହିତ ହୋଇଥିବା ଜଘନ୍ୟ ଅପରାଧରେ ସାମିଲ୍ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଅପିଲ୍ କରୁଛି। ହାରୁନ ରଶିଦ, ମମୁନ ରଶିଦ, ଜମିଲ ଶଫି, ଜମିଲ ଶଫି, ଓ୍ଵକାସ ଅଶ୍ରଫ, ସନମ ହାରୁନ ଏବଂ ଆଉ ତିନି ଜଣ ତାଙ୍କ ସହିତ ଯୌନ ଉତ୍ପୀଡନ କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ସେ ପିଓକେର ମୁଖ୍ୟ ବିଚାରପତିଙ୍କ ସହିତ ଅଧିକାରୀଙ୍କୁ ଅନେକ ଚିଠି ଲେଖିଛନ୍ତି। ମାତ୍ର ତାଙ୍କୁ କେହି ହେଲେ ନ୍ୟାୟ ଦେବାକୁ ଆଗେଇ ଆସି ନାହାନ୍ତି।