fbpx

ପୋଲିସ ଓ ଆନ୍ଦୋଳନକାରୀ ଧସ୍ତା ଧସ୍ତି; ବ୍ୟାରିକେଟ ଭାଙ୍ଗି କୋର୍ଟରେ ପସିଲେ ଧସେଇ

ସମ୍ବଲପୁର: ସମ୍ବଲପୁର କଚେରି ଛକରେ ପୋଲିସ ଓ ଆନ୍ଦୋଳନକାରୀ ଓକିଲମାନଙ୍କ ମଧ୍ୟରେ ପୁଣି ଥରେ ଧସ୍ତା ଧସ୍ତି ହୋଇଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଙ୍ଘ ସତ୍ୟାଗ୍ରହ ଆନ୍ଦୋଳନ କରୁଥିବା ବେଳେ ଏପରି ଘଟଣା ଘଟିଛି । ତେବେ ଏହି ଆନ୍ଦୋଳନରେ ଓକିଲ ସଂଗଠନ ସମେତ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ସାମିଲ ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀରେ ଓକିଲମାନେ କୋର୍ଟ କଚେରୀ କାମ ଛାଡି ଆନ୍ଦୋଳନରେ ବସିଛନ୍ତି । ଏଥିସହିତ ଆଜି ସେମାନେ ପୋଲିସ ବ୍ୟାରିକେଟ ଭାଙ୍ଗି କୋର୍ଟ ଧସେଇ ପଶିବା ପାଇଁ ପ୍ରୟାସ କରୁଥିଲେ । ଫଳରେ ସେହି ସମୟରେ ପୋଲିସ ଓ ଓକିଲମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ତେବେ ସବୁପରେ ମଧ୍ୟ ପୋଲିସର ବ୍ୟାରିକେଟ ଭାଙ୍ଗି ଆନ୍ଦୋଳନକାରୀମାନେ କୋର୍ଟରେ ପ୍ରବେଶ କରିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଓକିଲ ସଙ୍ଘ ନିଜର ଦାବୀ ନେଇ ଆନ୍ଦୋଳନ କରିବା ସହ ପୋଲିସର ଏବଂ ତାଙ୍କର ମୁହିଁମୁହିଁ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.