fbpx

ହାତୀଦାନ୍ତ ବିକ୍ରି ବେଳେ ଧରିଲା ପୋଲିସ, ୨ ବ୍ୟବସାୟୀ ଗିରଫ

କେନ୍ଦୁଝର: ବନ ବିଭାଗକୁ ମିଳିଛି ବଡ଼ ସଫଳତା । ହାତୀ ଦାନ୍ତ ବ୍ୟବସାୟ ବେଳେ ଧରିଲା ବନ ବିଭାଗ । ବନବିଭାଗର ମିଳିତ ଟିମ୍ ୨ଜଣକୁ ଧରିବା ସହ ସେମାନଙ୍କ ନିକଟରୁ ୨ ଦନ୍ତାହାତୀ ଦାନ୍ତ ଜବତ କରିଛନ୍ତି । କେନ୍ଦୁଝର ଡିଏଫଓ ଧନରାଜ ଏଚଡିଙ୍କ ସୂଚନା ମୁତାବକ କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଶୁଆକାଟି ଲୁଣଘର ଠାରେ ହାତୀଦାନ୍ତ ବ୍ୟବସାୟ ହେଉଥିବା ବନ ବିଭାଗକୁ ଗୁଇନ୍ଦା ତଥ୍ୟ ମିଳିଥିଲା । ତଥ୍ୟ ଆଧାରରେ ଡିଫଓଙ୍କ ନିର୍ଦ୍ଦେଶକ୍ରମେ ଏସିଫ ଘନଶ୍ୟାମ ମହନ୍ତଙ୍କ ନେତୃତ୍ୱରେ ମଙ୍ଗଳବାର ଲୁଣଘର ଠାରେ ମିଳିତ ଚଢ଼ାଉ କରାଯାଇଥିଲା।

ଚଢ଼ାଉରେ କେନ୍ଦୁଝର ସଦର ଥାନା ଆମ୍ବଡ଼ହରା ଗ୍ରାମର ଡାକ୍ତର ମୁଣ୍ଡା ଏବଂ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରୀପୋଷି ଥାନା ବାଣକାଟି ଗ୍ରାମର ଚିତ୍ତରଞ୍ଜନ ବୈଠାକୁ ବନ ବିଭାଗ ଗିରଫ କରିଛି । ସେମାନଙ୍କ ନିକଟରୁ ୭.୧୯୫ କେଜି ଓଜନର ଦୁଇଟି ହାତୀ ଦାନ୍ତ ଜବତ କରାଯାଇଥିବା ଡିଏଫଓ ସୂଚନା ପ୍ରଦାନ କରିଛନ୍ତି । ଅଭିଯୁକ୍ତଙ୍କ ମାମଲା ରୁଜୁ କରାଯାଇ ପଚରା ଉଚରା କରାଯାଉଛି । ହାତୀଦାନ୍ତ ବ୍ୟବସାୟର ମୂଳ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରାଯିବ ବୋଲି ଡିଏଫଓ  କହିଛନ୍ତି । ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜର ମାନସ ମୂର୍ମୁଙ୍କ ସମେତ ଚମ୍ପୁଆ ରେଞ୍ଜ, ଘଟଗାଁ ରେଞ୍ଜ, ତେଲକୋଇ ରେଞ୍ଜ ସଦର ରେଞ୍ଜର ଅଧିକାରୀ ମାନେ ସାମିଲ ଥିଲେ।

Get real time updates directly on you device, subscribe now.