ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍, ଏଥର ଶ୍ରୀକ୍ଷେତ୍ର ଜଗିବେ 200 ପ୍ଲାଟୁନ୍ ଫୋର୍ସ
ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍ । 8 ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ ।
ପୁରୀ: ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍ । 8 ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ । ଟ୍ରାଫିକ, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ କଣ୍ଟ୍ରୋଲ ବ୍ୟବସ୍ଥା ରହିବ। ନୂଆ କରି ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ରହିବ । ମୋଟ 275ଟି ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର ।
ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ନଜରରେ ରହିବ । ଲାଇଭ୍ ଫିଡ ଦେଖି ସବୁ କିଛି କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ହେବ । ଟ୍ରାଫିକ ପାଇଁ ସ୍ବତନ୍ତ୍ର ପ୍ଲାନ ଓ ଆଣ୍ଟି ଡ୍ରୋନ ବି କାମ କରିବ ।
ତେବେ ପ୍ରାୟ 200 ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ । ଆକାଶ ମାର୍ଗରୁ ଏରିୟଲ ସର୍ଭେ କରାଯିବା ସହ ତୀକ୍ଷ୍ଣ ନଜର ରଖାଯିବ । ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରିବେ । ମୋଟ 10 ହଜାର ପୋଲିସ ଶ୍ରୀକ୍ଷେତ୍ର ସୁରକ୍ଷାରେ ରହିବେ ବୋଲି କୁହାଯାଇଛି ।