ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ କଲା ପୋଲିସ, ୫ ଗିରଫ

କୋରାପୁଟ: ପୁଣି ଥରେ ଧରା ପଡ଼ିଲେ ଗଞ୍ଜେଇ ଚୋରା ଚାଲାଣକାରୀ । ଗଞ୍ଜେଇ ଚୋରା ଚାଲାଣ ବେଳେ ପାଞ୍ଚ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ୍ ପୋଲିସ । ସୂଚନାରୁ ପ୍ରକାଶ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଉମୁରି ରୋଡ୍ ନିକଟରେ ଏକ ଅଟୋକୁ ପିଛା କରିଥିଲା ପୋଲିସ । ପରେ ଦୁଇଟି ବ୍ୟାଗରୁ ପୋଲିସ ପ୍ରାୟ ସାଢ଼େ ୩୪ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ତେବେ ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି ।